ଓଡ଼ିଶା ଖବରନ୍ୟୁଜ୍

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

ପୁରୀ ମୁଖ୍ୟ କେନାଲରେ କୁମ୍ଭୀର ଆତଙ୍କ, ଭୟରେ ସ୍ଥାନୀୟ ବାସିନ୍ଦା

କେନାଲରେ କୁମ୍ଭୀର । ରାଜଧାନୀ ଉପକଣ୍ଠ ହଂସପାଳ ଛକ ନିକଟସ୍ଥ ବସୁନ୍ଧରା ଆପାର୍ଟମେଣ୍ଟ୍ ସଂଲଗ୍ନ ପୁରୀ ମୁଖ୍ୟ କେନାଲରେ ବିରାଟକାୟ କୁମ୍ଭୀର ଦେଖିବାକୁ ମିଳିଛି। ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବାର ଏକ ଘଡ଼ିଆଳ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

କୁମ୍ଭୀର ଦେଖିବାକୁ କେନାଲ ହୁଡ଼ାରେ ଲୋକଙ୍କ ଭିଡ଼ ଜମିଛି। ସେପଟେ ଲୋକଙ୍କୁ ଘଉଡାଇବାକୁ ଘଟଣା ସ୍ଥଳରେ ପୋଲିସ ପହଁଚିଛି। ନରାଜ ମୁଣ୍ଡଳୀରୁ କୁମ୍ଭୀରଟି ଆସିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ କେନାଲରେ ଦୁଇଟି କୁମ୍ଭୀର ଆସିଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ବିରାଟକାୟ କୁମ୍ଭୀର କେନାଲରେ ଥିବା ଯୋଗୁଁ କେନାଲକୁ ଯିବାକୁ ଲୋକେ ଭୟ କରୁଛନ୍ତି। କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ କୁମ୍ଭୀରକୁ କାବୁ କରିବାକୁ ଦାବି ହୋଇଛି।

http://https://youtu.be/_499GjnCQrM

Related posts

ହୋଟେଲ ନିକଟରେ ମର୍ମନ୍ତୁତ ସଡକ ର୍ଦୁଘଟଣା

Odisha Halchal

ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର

Odisha Halchal

ପାରା ପ୍ରେମରେ ମଣିଷ

Odisha Halchal

Leave a Comment