ବୟସ ୯୫ ବର୍ଷ । ନା ହେଉଛି ବୈଦେଇ ସାଲମା । ଚମ ଧୁଡୁ ଧୁଡୁ, ଚାଲି ବୁଲି ପାରୁନାହାନ୍ତି । ପୁଅ ବୋହୁ ହିଁ ସାହା ଓ ଭରସା । ହେଲେ ବୟସର ସାୟାହ୍ନରେ ବି ନିର୍ବାଚନର ପର୍ବରେ ସାମିଲ ହେବାର ଇଛା ରଖିଛନ୍ତି ବୁଢ଼ୀ ମାଉସୀ ।
କାନକୁ ଶୁଭୁନି ଆଖିକୁ ଦିଶୁନି ହେଲେ ଭୋଟ ଦେବାପାଇଁ ନିଜ ବୁଥକୁ ପହଁଚି ଭୋଟ ଦେଇଛନ୍ତି ଗାଁର ଉନ୍ନତି ପାଇଁ ।
ଗାଁ ପୁଅ ସୁଶାନ୍ତ ସିଂହ ମନ୍ତ୍ରୀ ଅଛନ୍ତି ତାଙ୍କୁ ମନ ଭିତରେ ଖୋଜୁ ଖୋଜୁଥିଲେ । ଆଉ ମିଳିବା ପରେ ଭୋଟ ଗ୍ରହଣ କେନ୍ଦ୍ରରେ କହିଲେ ମୋତେ ସମସ୍ତେ ହସୁଛନ୍ତି । ସୁଶାନ୍ତ ମୋ ପୁଅ କହିଲି କେହି ବିଶ୍ୱାସ ମଧ୍ୟ କରୁନାହାନ୍ତି ।
ଏମିତି କିଛି ଦୁଇପଦ ଆଲୋଚନା କଲେ ବୁଢ଼ି ମାଉସୀ ଓ ମନ୍ତ୍ରୀ ସୁଶାନ୍ତ ସିଂ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋହେଲା ବ୍ଲକ ବାଉଁସେନମୋରା ପଂଚାୟତର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଁ ବାଉଁସେନମୋରା ଗାଁରେ ।