ଓଡ଼ିଶା ଖବରନ୍ୟୁଜ୍

ବାବା ସାହେବ ଆମ୍ବେଦକରଙ୍କ 131ତମ ଜନ୍ମ ଜୟନ୍ତୀ ପାଳନ

ବାବା ସାହେବ ଆମ୍ବେଦକରଙ୍କ 131ତମ ଜନ୍ମ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ-ଚେତୁରାମ ପ୍ରଧାନୀ)କୋମନା ବ୍ଲକ ସ୍ଥିତ କୁରେଶ୍ଵର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଦ୍ୟାନବନ୍ଧ ଠାରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି. ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ଦୀପିକା ଦୀପ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷl ନୂଆପଡା, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅବନିରଞ୍ଜନ ଯୋଶୀ, ଜିଲ୍ଲା ପରିଷଦ ସଭ୍ୟ, ଶ୍ରୀମତୀ. ବିଜୟଲଷ୍ମୀ ବରାଳ, ସରପଞ୍ଚ କୁରେଶ୍ଵର ଗ୍ରାମପଂଚାୟତ ଓ ଏହି ଅଞ୍ଚଳର ଶିକ୍ଷାବିତ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସୁନାନୀ ଓ ଅନେକ ଯୁବକ ଯୁବତୀ ଉପସ୍ଥିତ ଥିଲେ. ଏହା ସହିତ ମା ବାସ୍ତ୍ରାଣୀ ଯୁବକ ସଙ୍ଘ, ଉଦ୍ୟାନବନ୍ଧ, କୁରେଶ୍ୱରର ଯୁବକମାନେ ଓଡ଼ିଆ ନବ ବର୍ଷ ଉପଲକ୍ଷେ ପଣା ପାଣି ବା ଜଳଛତ୍ର ବ୍ୟବସ୍ଥା କରିଥିଲେl

ଯେଉଁ କେତେକ ଯୋଗଜନ୍ମା ନେତା ଯୋଗୁଁ ଭାରତମାତାର ଜୟଗାନ ଓ ଭାରତର ଗାରିମା ସାରା ବିଶ୍ୱ ଦରବାରରେ ପ୍ରଚାରିତ ହୁଏ ସେହି ମହାନ ରାଷ୍ଟ୍ରନେତାଙ୍କ ମଧ୍ୟରେ ବାବା ସାହେବ ଆମ୍ବେଦକର ଅନ୍ୟତମ l ଆଜି ହେଉଛି ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ. ସେ କେବଳ ଭାରତ ସମ୍ବିଧାନର ପ୍ରଣେତା ନ ଥିଲେ, ସେ ଥିଲେ ଭାରତର ଜାତୀୟତାବାଦୀ ରାଷ୍ଟ୍ର ନାୟକ ଏବଂ ଆଧୁନିକ ଭାରତର ନିର୍ମାତା l ସେ 1891ମସିହା ଏପ୍ରିଲ 14ତାରିଖରେ ଜନ୍ମଗ୍ରହଣ କରିଥିଲେ. ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜି ସାକପାଳ ଏବଂ ମାତାଙ୍କ ନାମ ଭୀମାବାଇ l

ଆମ୍ବେଦକର ମାହାର ଜାତିର ଥିଲେ l ଏହି ଜାତିର ଲୋକମାନଙ୍କୁ ସେହି ସମୟରେ ରେ ଲାଞ୍ଚିତ, ଘୃଣିତ, ଅପମାନିତ ହିସାବରେ ପରିଗଣିତ ହେଉଥିଲେ l ସମାଜରେ ସେମାନେ ଆର୍ଥିକ, ସାମାଜିକ, ଦଳିତ ଓ ପଛୁଆ ବର୍ଗରେ ଶ୍ରେଣୀର ଥିଲେ. ସେ ଉଚ୍ଚ ଶିକ୍ଷା ଲାଭ କଲାପରେ ଦଳିତ ଓ ପଛୁଆ ବର୍ଗର ଉନ୍ନତି ପାଇଁ ସବୁବେଳେ ଚେଷ୍ଟା କରୁଥିଲେ l ସ୍ୱାଧୀନତା ପରେ ସମ୍ବିଧାନ କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷ ହୋଇଥିଲେ l ସ୍ୱାଧୀନ ଭାରତର ସେ ପ୍ରଥମ ଆଇନ ମନ୍ତ୍ରୀ ଥିଲେ l 1990ମସିହାରେ ତାଙ୍କୁ ମରନୋ ତ୍ତର ଉପାଧି ଭାରତରତ୍ନ ଉପାଧି ପ୍ରଦାନ କରାଯାଇଥିଲା. ବର୍ତ୍ତମାନ ଯୁଗରେ ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଅଧିକାର ଓ ସଂରକ୍ଷଣ ଠିକ ଭାବେ ହେଲେ ସମାଜରେ ଉନ୍ନତି ହୁଅନ୍ତା l

Related posts

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

Odisha Halchal

ସ୍କୁଲରେ ଶିକ୍ଷକ ଆସୁନଥିବା ରୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ା ବନ୍ଧ ଶିକ୍ଷକ ମାନଙ୍କ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର

Odisha Halchal

Leave a Comment