ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

ଦୟାକରି ଧ୍ୟାନ ଦିଅନ୍ତୁ...ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

ଯଦି ଆପଣମାନେ ସାଧାରଣତଃ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି ଏବଂ ଏଥି ପାଇଁ ଅନ୍‌ଲାଇନ୍ ଟିକେଟ୍ ବୁକିଂ କରୁଛନ୍ତି, ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଇଆରସିଟିସି ଆପ୍ ଓ ୱେବ୍‌ସାଇଟ୍ ମାଧ୍ୟମରେ ଟିକେଟ ବୁକିଂର ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଆପଣଙ୍କୁ ଟିକେଟ ବୁକିଂ ପାଇଁ ନିଜର ଆକାଉଣ୍ଟ ଭେରିଫିକେଶନ କରିବାକୁ ପଡ଼ିବ ।

ଭାରତୀୟ ରେଳବାଇର କଂପାନୀ ଆଇଆରସିଟିସିର ନିୟମ ଅନୁସାରେ ଏବେ ଗ୍ରାହକଙ୍କୁ ଟିକେଟ ବୁକିଂ କରିବା ପୂର୍ବରୁ ମୋବାଇଲ ନମ୍ବର ଓ ଇ-ମେଲ ଆଇଡିକୁ ଭେରିଫିକେଶନ କରିବାକୁ ହେବ । ଏହି ଦୁଇ କାମ ବିନା ଟିକେଟ ବୁକିଂ କରିପାରିବେ ନାହିଁ । ଅସଲକଥା ହେଲା ଯେ, ଆଇଆରସିଟିସିର ଅନେକଗୁଡ଼ିଏ ଗ୍ରାହକ ଅଛନ୍ତି, ଯେଉଁମାନେ କି କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ଅନଲାଇନ୍ ଟିକେଟ ବୁକିଂ କରିନାହାନ୍ତି । ଯଦି ଆପଣ ମଧ୍ୟ ଦୀର୍ଘ ଦିନ ହେବ ଟିକେଟ ବୁକିଂ କରିନାହାନ୍ତି, ତାହେଲେ ଏହି ନିୟମ ଆପଣଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଟିକେଟ ବୁକିଂ କରିବା ପୂର୍ବରୁ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଭେରିଫିକେଶନ କରିବାକୁ ପଡ଼ିବ ।

ରେଳବାଇ ନିଜର ଯାତ୍ରୀଙ୍କ ପାଇଁ ଆଉ ଏକ ବଡ଼ ଖବର ଆଣିଛି । ଆଇଆରସିଟିସିର ଜଣେ ଗ୍ରାହକ ପୂର୍ବରୁ ନିଜ ଆଇଡିରେ ମାସକୁ ସର୍ବାଧିକ ୧୨ଟି ଟିକେଟ ବୁକ୍ କରିପାରୁଥିଲେ । ଏବେ ଏହି ସଂଖ୍ୟା ୨୪କୁ ବୃଦ୍ଧି କରାଯାଇଛି । କିନ୍ତୁ ଏଥିପାଇଁ ଗ୍ରାହକଙ୍କ ଆଧାରକାର୍ଡ ନମ୍ବର ଆଇଆରସିଟିସି ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା ଦରକାର ।

Related posts

ଫେକ୍ ସିମ୍ କାର୍ଡ ଜବତ ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

Odisha Halchal

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

Odisha Halchal

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

Odisha Halchal

Leave a Comment