ଅପରାଧଓଡ଼ିଶା ଖବରନ୍ୟୁଜ୍

କୋମନା ବନ ବିଭାଗ ର ବଡ ସଫଳତା

କୋମନା ବନ ବିଭାଗ ର ବଡ ସଫଳତା

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡାରାବନ ଗାଁ ସଂଯୁକ୍ତ ତାଣ୍ଡେଲ ଜଙ୍ଗଲରେ ଖୋଲିଯାଇଛି ଶାଗୁଆନ କାଠଚୋର ମାନଙ୍କର କଳାକାରନାମା. ପ୍ରାପ୍ତସୂଚନା ମୁତାବକ ବହୁଦିନରୁ ପ୍ରତୀକ୍ଷିତ କାଠଚୋର ମାଫିଆମାନେ କୋମନା ବନବିଭାଗ ହାବୁଡ଼ରେ ପଡ଼ିଛନ୍ତି. ବିଶେଷସୂତ୍ରରୁ ଖବରପାଇ ରେଞ୍ଜର କୋମନା ରାତି 10.00ଟା ସମୟରେ ଜାଣିବାକୁ ପାଇଲେ ଯେ ଶାଗୁଆନ କାଠଚୋରଗୁଡିକ ଜଙ୍ଗଲକୁ ଆସି ଚୋରି କରିବା ଯୋଜନା କରୁଥିଲେ.

ତାପରେ ବିଭାଗର କେତେକ କର୍ମଚାରୀମାନଙ୍କ ସହାୟତାରେ ସେମାନେ ଟ୍ରାକକିଙ୍ଗ କରି ଚୋରମାନଙ୍କୁ ପାଖାପାଖି 4.30ରୁ 6.00ଟା ମଧ୍ୟରେ ଧରିବାକୁ ସକ୍ଷମ ହୋଇଥିଲେ.ଆସାମୀଗୁଡିକ ହେଲେ -1.ରୂପଧର ଶଗରିଆ, ବୟସ 28ବର୍ଷ ପିତା -ତ୍ରିଲୋଚନ ଶଗରୀଆ2. ଦିନ ମେହେର ବୟସ -52ବର୍ଷ ପିତା -ରତିରାମ sagaria3. ମହେନ୍ଦ୍ର ମେହେର ବୟସ -24ବର୍ଷ ପିତା -ଦିନ ମେହେର4. ଭୋଳାଶଙ୍କର ହଂସ ବୟସ -22ବର୍ଷ ପିତା -ଗୋବର୍ଦ୍ଧନ ହଂସ ଏହି ଚାରିଜଣଙ୍କ ଠିକଣା -at -ସାନବାଙ୍କୀ ପୋଷ୍ଟ -ସାଲେମୁଡ଼ଘା ଥାନା -ତୁରକେଲା ଜିଲ୍ଲା -ବଲାଙ୍ଗୀର5. ଧନିରାମ sagaria ବୟସ -22ବର୍ଷ ପିତା -ତୀର୍ଥ sagariaଠିକଣା -at/po-ସାଲେମୁଡ଼ଘା ଥାନା -ତୁରେକେଳା ଜିଲ୍ଲା -ବଲାଙ୍ଗୀର ଓଡିଶା ସରକାର ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି.

ଜଙ୍ଗଲ ସୁରକ୍ଷା ପାଇଁ ବୃକ୍ଷରୋପଣ କରୁଛନ୍ତି. ଜଙ୍ଗଲ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତ ଅଛନ୍ତି. କିନ୍ତୁ ଏଥିରେ ମଧ୍ୟ କାଠଚୋର ମାଫିଆଙ୍କ କଳା କାରନାମା ବଢ଼ି ଚାଲିଛି. କିନ୍ତୁ କୋମନା ରେଞ୍ଜରକୁ ମିଳିଛି ଏକ ବଡ଼ ସଫଳତା. 3ଟା ମୋଟର ସାଇକେଲ ଓ ଗୋଟିଏ ପିକଅଫ ଭ୍ୟାନ ସହ 17ଟି ଶାଗୁଆନ କାଠ ଫଳା ଜବତ କରାଯାଇଛି.। ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ରୁ ଦୁଇ ଲକ୍ଷ ହେବ.ବୋଲି ସୂଚନା ଦେଇଛନ୍ତି। ବର୍ତମାନ ଦୋଷୀମାନେ ରେଞ୍ଜ ଅଫିସ, କୋମନାରେ ଅଛନ୍ତି. ସେମାନଂକୁ କୋର୍ଟ ଚାଲାଣ କରାଯିବ ଓ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି କୋମନା ରେଞ୍ଜର ଦେବଦତ୍ତ ସୁତାର ପ୍ରକାଶ କରିଛନ୍ତି.।

Related posts

ଚିଟଫଣ୍ଡ ଦୁର୍ନୀତିରେ ୧୮୯ ଅଭିଯୁକ୍ତ, ଜେଲରେ ମାତ୍ର ୨୪

Odisha Halchal

ଖବରକାଗଜ ବିତ୍ତରକ ମାନଙ୍କୁ ପରିଚୟପତ୍ର ପ୍ରଦାନ

Odisha Halchal

ଦୁର୍ଗମ ଅଂଚଳରେ ପୀଡିଏସ ଚାଉଳ ବଣ୍ଟନ

Odisha Halchal

Leave a Comment