ଦେଶ ବିଦେଶନ୍ୟୁଜ୍

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

ଶ୍ରୀଲଙ୍କାରେ ଉପୁଜିଥିବା ଆର୍ଥିକ ସଂକଟ ପରେ ଏବେ ଏସିୟାର ଅନ୍ୟ ଦେଶଙ୍କ ଅବସ୍ଥା ମଧ୍ୟ ଏତେଟା ଭଲ ନାହିଁ। ଭାରତ, ପାକିସ୍ତାନ, ବାଂଲାଦେଶ ଓ ନେପାଲ ଆଦି ଦେଶମାନଙ୍କରେ ମୂଲ୍ୟବୃଦ୍ଧି ଏବେବି ସମସ୍ୟା ହୋଇ ରହିଛି। ଏଣୁ ୱାର୍ଲଡ ବ୍ୟାଙ୍କ ଭାରତ ସମେତ ଏସୀୟ ଦେଶଙ୍କ ବିକାଶରେ ହ୍ରାସ ଅନୁମାନ ଆଶଙ୍କା କରିଛନ୍ତି।

ଏଥିରେ ୱାର୍ଲଡ ବ୍ୟାଙ୍କ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଯୋଗାଣ କ୍ଷେତ୍ରରେ ଉପୁଜିଥିବା ବାଧା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥି ଯୋଗୁ ମୁଦ୍ରାସ୍ପିତିର ଆଶଙ୍କା ଲଗାତାର ବଢ଼ିବାରେ ଲାଗିଛି। ଏଣୁ ଭାରତର ଜିଡିପି ଗ୍ରୋଥ ରେଟ ଅନୁମାନରେ ୱାର୍ଲଡବ୍ୟାଙ୍କ କାଟ କରିଛନ୍ତି। ୱାର୍ଲଡ ବ୍ୟାଙ୍କ ୨୦୨୨-୨୩ରେ ଭାରତର ଜିଡିପି ଗ୍ରୋଥ ରେଟ ଅନୁମାନକୁ ୮.୭ ପ୍ରତିଶତରୁ ହ୍ରାସ କରି ୮ ପ୍ରତିଶତରେ ଧାର୍ଯ୍ୟ କରିଛନ୍ତି। ତେବେ ଏଭଳି ପରିସ୍ଥିତି କେବଳ ଓ କେବଳ ଋଷିଆ-ୟୁକ୍ରେନ ଯୁଦ୍ଧଲାଗି ବୋଲି କହିଛନ୍ତି।

ଯୁଦ୍ଧ ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି ଓ ଖାସ ଏଥିଲାଗି ମୁଦ୍ରାସ୍ପିତିର ସଂକଟ ଲାଗି ରହିଥିବା ୱାର୍ଲ଼ଡ ବ୍ୟାଙ୍କ କହିଛନ୍ତି। କେବଳ ଭାରତ ନୁହେଁ ୱାର୍ଲଡ ବ୍ୟାଙ୍କ ଆଫଗାନିସ୍ତାନର ଜିଡିପି ଗ୍ରୋଥ ରେଟ ମଧ୍ୟ ହ୍ରାସ କରିଛନ୍ତି। ଏବେ ଏହା ୬.୬ ପ୍ରତିଶତରେ ରହିଛି। ଭାରତରେ ମୁଦ୍ରାସ୍ପିତି ଯୋଗୁ ଶ୍ରମ ବଜାରରେ ରିକୋଭରି ହୁଏତ ଆଶାନୁରୂପ ହୋଇ ନପାରେ ବୋଲି ୱାର୍ଲଡ ବ୍ୟାଙ୍କ ଆକଳନ କରିଛନ୍ତି। ଅଧା ଅଧୁରା ରିକୋଭରି ଆଶାନୁରୂପ ଫଳ ଦେଇ ନପାରେ ବୋଲି ବିଶ୍ୱବ୍ୟାଙ୍କଙ୍କ ଦକ୍ଷିଣ ଏସିଆ ଉପାଧ୍ୟକ୍ଷ ହାର୍ଟୱିଗ୍ ସେଫର କହିଛନ୍ତି।

ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଯୋଗୁ ତୈଳ ଓ ଖାଦ୍ୟ ପଦାର୍ଥର ଉଚ୍ଚ ମୂଲ୍ୟ ଲୋକଙ୍କ ବାସ୍ତବିକ ଆୟ ଉପରେ ଗଭୀର ତଥା ନକରାତ୍ମକ ପ୍ରଭାବ ପକାଇବ । ଭାରତରେ ମହାମାରୀ ଓ ମୁଦ୍ରାସ୍ପିତି ଯୋଗୁ ଶ୍ରମ ବଜାରର ଅଧା ଅଧୁରା ରିକୋଭରି ଘରୋଇ ବ୍ୟୟରେ ବାଧା ସୃଷ୍ଟି କରିବ ବୋଲି କହିଛନ୍ତି। ତେବେ ଏସିଆର ଦ୍ୱିତୀୟ ବୃହତ୍ତ ଅର୍ଥ ବ୍ୟବସ୍ଥା ପାକିସ୍ତାନର ଜିଡିପି ଗ୍ରୋଥ ହାରକୁ ୩.୪ ପ୍ରତିଶତରୁ ବଢାଇ ୪.୩ ପ୍ରତିଶତ କରିଦେଇଛନ୍ତି। ଆଗାମୀ ବର୍ଷର ବିକାଶ ଦୃଷ୍ଟିକୋଣରୁ ଏହା ୪ ପ୍ରତିଶତ ରେ ସ୍ଥିର ରହିବ ବୋଲି ଆକଳନ କରିଛନ୍ତି।

Related posts

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Halchal

୬୯ ବର୍ଷ ପରେ ଟାଟାକୁ ଫେରିବ ଏୟାର ଇଣ୍ଡିଆ, ଆଜି ଟାଟା ଗ୍ରୁପକୁ ଆନୁଷ୍ଠାନିକ ଭାବେ କରାଯିବ ହସ୍ତାନ୍ତର

Odisha Halchal

ଗଣ୍ଡା ସମାଜ ବିକାଶ ପରିଷଦ ପୁନର୍ଗଠିତ

Odisha Halchal

Leave a Comment