ଓଡ଼ିଶା ଖବରନ୍ୟୁଜ୍

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ

ନୂଆପଡା:-(ରିପୋର୍ଟ:- ତେଜୁରାମ ନାଏକ )କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆରବିଆଇ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୀତାରାମ ମେହେର ଲିଡ଼ ବ୍ୟାଙ୍କ ଜିଲ୍ଲା ମ୍ୟାନେଜର, ନୂଆପଡା,ଶ୍ରୀ ପ୍ରଦୀପକୁମାର କାକ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କୋମନା ବ୍ରାଞ୍ଚ ମ୍ୟାନେଜର ଓ ଏସଚଜି ମହିଳା ଗ୍ରୁପମାନେ,CRP ମାନେ, ଗ୍ରାମପଞ୍ଚାୟତ ର ଶତାଧିକ ବୁଦ୍ଧିଜିବି ପୁରୁଷ ଓ ମହିଳାମାନେ ଉପସ୍ଥିତ ଥିଲେ. ଏହି କ୍ୟାମ୍ପରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ ଯୋଜନା, କନ୍ୟା ସମୃଦ୍ଧି ଯୋଜନା ବିଷୟରେ ଅବଗତ କରାଇଥିଲେ. ଏହା ସହିତ ବ୍ୟାଙ୍କରେ ନୂତନ passbook ଖୋଲିବା, ଋଣ ଲେନଦେନ କାରବାର ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ.

କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣମାନଙ୍କ ଆର୍ଥିକ ଉନ୍ନତି ପାଇଁ ବ୍ୟାଙ୍କ ସେବା ବ୍ୟବସ୍ଥା ରହିଛି. ସାଧାରଣ ଜନତାମାନଙ୍କର ସାମାଜିକ ସୁରକ୍ଷା ପାଇଁ ଆରବିଆଇ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ କରିଛନ୍ତି. ଦୈବ ଦୁର୍ବିପାକ ଜନିତ ମୃତ୍ୟୁ, ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 20ଟଙ୍କାରେ ବାର୍ଷିକ 2ଲକ୍ଷ ସହାୟତା ଜୀବନବୀମା ସୁରକ୍ଷା ଟଙ୍କା ଦେବା ବ୍ୟବସ୍ଥା କରିଛନ୍ତି.436ଟଙ୍କା ଦେଲେ ସାଧାରଣ ମୃତ୍ୟୁ ଜନିତ ଜୀବନ ବୀମା ରାଶି 2ଲକ୍ଷ ଟଙ୍କା ମଧ୍ୟ ରହିଛି.

ସେମାନଙ୍କ ସାମାଜିକ କଲ୍ୟାଣ ପାଇଁ ବ୍ୟାଙ୍କ ଗୁଡିକ ଆର୍ଥିକ ସହଯୋଗ କରିଥାନ୍ତି. ତେଣୁକରି ଏଭଳି ଆର୍ଥିକ ସାକ୍ଷରତା କ୍ୟାମ୍ପ ଗୁଡିକ ଆୟୋଜନ କଲେ ଜନ ସାଧାରଣ ବ୍ୟାଙ୍କ ବିଷୟରେ ଜାଣିବେ ଓ ସେମାନଙ୍କ ଉନ୍ନତି ସାଧିତ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ

Related posts

ଅଭିଯୁକ୍ତ ଯୁବକର ହାଜତରେ ମୃତ୍ୟୁ

Odisha Halchal

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

Odisha Halchal

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

Odisha Halchal

Leave a Comment