ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଉ ୫ ଦିନ ପ୍ରଚଣ୍ଡ ତାତି, ରାଜ୍ୟରେ ହିଟ୍ ୱେଭ୍ ନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

ଆଉ ୫ ଦିନ ପ୍ରଚଣ୍ଡ ତାତି, ରାଜ୍ୟରେ ହିଟ୍ ୱେଭ୍ ନେଇ ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

ରାଜ୍ୟରେ ହିଟ୍ ୱେଭ୍ ନେଇ ସତର୍କ କଲା ଏସଆରସିଙ୍କ କାର୍ଯ୍ୟାଳୟ । ତେବେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଚିଠି ଲେଖାଯାଇଛି ।

ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ଦେବଗଡ, ଝାରସୁଗୁଡା, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆଇଏମଡି ୟେଲୋ ୱାର୍ଣ୍ଣିଂ ଜାରି ରଖିଛନ୍ତି । ଏହାସହିତ ପରିସ୍ଥିତିକୁ ଦେଖଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେପଟେ ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ । ଆଭ୍ୟନ୍ତରୀଣ ଓଡିଶାରେ ତାତି ୧ରୁ ୨ ଡିଗ୍ରୀ ବଢିପାରେ । ହେଲେ ଦକ୍ଷିଣ ଓ ଉପକୂଳ ଓଡିଶାରେ ହିଟ ୱେଭ୍ ହେବାର ସମ୍ଭାବନା ନାହିଁ । ଏହି ସମୟରେ ଘଡଘଡି ସହ ଯେଉଁ ବର୍ଷା ହୋଇଥାଏ ତାହା କମ ରହିଛି । ଦକ୍ଷିଣ ଓ ଉପକୂଳରେ ଆଗାମୀ ୫ ଦିନ କିଛି ସ୍ଥାନରେ ବର୍ଷା ହୋଇପାରେ ।

Related posts

ସେ ଜଣେ କ୍ୟାରେକ୍ଟରଲେସ୍‌

Odisha Halchal

ଭିନ୍ନକ୍ଷମ ମହିଳା ଙ୍କୁ ଭତ୍ତା ଖଣ୍ଡେ ପାଇଁ ସାତ ସପନ

Odisha Halchal

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

Odisha Halchal

Leave a Comment