ନ୍ୟୁଜ୍ମନୋରଞ୍ଜନ

ରିଲିଜ୍ ହେଲା ଭୁଲ୍ ଭୁଲେୟା-୨

ରିଲିଜ୍ ହେଲା ଭୁଲ୍ ଭୁଲେୟା-୨

ବହୁ ପ୍ରତିକ୍ଷାର ଘଟିଛି ଅନ୍ତ । ବର୍ଷର ସବୁଠୁ ବଡ ଭୟଙ୍କର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । କାର୍ତ୍ତିକ ଆର୍ଯ୍ୟନ୍, କିଆରା ଆଡଭାନୀ ଏବଂ ତବୁ ଅଭିନୀତ ଭୁଲ୍ ଭୁଲେୟା-୨ର ଟ୍ରେଲର୍ ଲଞ୍ଚ କରାଯାଇଛି । ଚଳଚ୍ଚିତ୍ରର ଟ୍ରେଲରରେ ଦେଖିବାକୁ ମିଳିଛି ସସପେନ୍ସ, ଭୟ, ରୋମାନ୍ସ ଏବଂ କମେଡିର ତଡକା । ଆସନ୍ତା ମେ ୨୦ ୨୦୨୨ରେ ବଡ ପରଦାରେ ଲିଲିଜ ହେବ ।

କାର୍ତ୍ତିକ ଆର୍ଯ୍ୟନ ବ୍ୟତୀତ ତବୁ, କିଆରା, ରାଜପାଲ ଯାଦବ, ସଞ୍ଜୟ ମିଶ୍ର ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଭୁଲ୍ ଭୁଲେୟା-୨ ଟ୍ରେଲର୍ ହେଉଛି ସମାନ ଟାଇଟଲ୍ ର ୨୦୦୭ ଭୁଲ ଭୁଲେୟା ଚଳଚ୍ଚିତ୍ରର ଏକ ସିକ୍ୱେଲ୍ । ପ୍ରଥମ ଭାଗରେ ଜ୍ୟୋତି ଅହୁଜା, ବିଦ୍ୟା ବାଲାନ୍, ଅମିଶା ପଟେଲ ଏବଂ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତେବେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଦମଦାର କଲେକ୍ସନ କରିଥିଲା ।

ଫିଲ୍ମରେ ଅକ୍ଷୟ କୁମାରଙ୍କ କମେଡି ଓ ଥ୍ରୀଲର ଭୁମିକାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଚଳଚ୍ଚିତ୍ରର ଗୀତଠାରୁ ଆରମ୍ଭ କରି ଅଭିନେତାମାନଙ୍କ ଅଭିନୟ ପର୍ଯ୍ୟନ୍ତ କାହାଣୀକୁ ବହୁତ ପ୍ରଶଂସା କରାଯାଇଥିଲା । ହେଲେ ଏଥର କିନ୍ତୁ ଭୁଲ ଭୁଲେୟା-୨ରେ ନୂଆ ମୁହାଁ ଦେଖିବାକୁ ମିଳିବ । ତେବେ ପୂର୍ବ ସିନେମା ଭଳି ଏହା ମଧ୍ୟ ବକ୍ସ ଅଫିସରେ ହିଟ୍ ହେବ ବୋଲି ପୂରା ଟିମ୍ ଆଶାବାଦୀ ।

Related posts

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

Odisha Halchal

ଭୁଆଁ ବୁଲେଇ ମିଛ କହି ଟଙ୍କା ଠକେଇ

Odisha Halchal

ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

Odisha Halchal

Leave a Comment