ଓଡ଼ିଶା ଖବରନ୍ୟୁଜ୍

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

କଳାହାଣ୍ଡି :-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ଭବାନୀପାଟଣା ବ୍ଲ କ୍ ରୁ ଥୁଆମୂଳ ରାମପୁର ରାସ୍ତାରେ ଥିବା ଭାଗିରଥି ପାର୍କ ନିକଟସ୍ଥ ବ୍ରିଜ୍‌ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍‌ ତଳକୁ ଖସିପଡି ଥିଲା। ଗତ କାଲି ଅପରାହ୍ନରେ ପ୍ରାୟ 3ଟା ସମୟ ରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟ ରେ ଭତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ବ୍ରିଜ୍ ଭୁଶୁଡିପଡିବାରୁ ୨ଟି ଚଳନ୍ତି କାର ଭାଙ୍ଗି ନଷ୍ଟ ହୋଇଯାଇଛି । ସୌଭାବ୍ୟବସତଃ କୌଣସି ବ୍ୟକ୍ତିଙ୍କର କ୍ଷୟ କ୍ଷତି ହୋଇନାହିଁ । କିନ୍ତୁ ୭ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ଭବାନୀ ପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି । ଭବାନୀପାଟଣାଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।

ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଏହାର ଉପଯୁକ୍ତ ମରାମତି ନଥିବା ରୁ ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରଶାସନ ଏହା କରି ନଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି। ଏଥି ପ୍ରତି ସମ୍ପୂର୍ଣ୍ଣ ଭାବରେ ପୂର୍ତ୍ତ ବିଭାଗର ଅଧିକାରି ମାନଙ୍କୁ ଦାଇହେବେ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

Related posts

ରାସ୍ତା ଉପରେ ଶତାଧିକ ନକଲି ଆଧାର କାର୍ଡ

Odisha Halchal

ଜୁନ୍ ୨୭ରୁ PGପାଇଁ ଆବେଦନ

Odisha Halchal

ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ

Odisha Halchal

Leave a Comment