ଓଡ଼ିଶା ଖବରନ୍ୟୁଜ୍

ମୟୂରଭଞ୍ଜକୁ ଆଜିଠାରୁ ଛୁଇଁଛି ପହିଲି ଶୀତ

ମୟୂରଭଞ୍ଜକୁ ଆଜିଠାରୁ ଛୁଇଁଛି ପହିଲି ଶୀତ

ମୟୂରଭଞ୍ଜ:-ଶୀତ ପଡ଼ିଲେ ମୟୂରଭଞ୍ଜକୁ ଛୁଟିଆସନ୍ତି ଦେଶ ବିଦେଶର ପର୍ଯ୍ୟଟକ। ଏଥିମଧ୍ୟରେ ଆସନ୍ତା ମଙ୍ଗଳବାରରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବି ଖୋଲିବାକୁ ଯାଉଛି। ତେଣୁ ଏଥର ଜିଲ୍ଲାରେ ପର୍ଯ୍ୟଟକଙ୍କ ଗହଳି ଜମିବ ବୋଲି ଆଶା କରାଯାଉଛି।ପାହାଡ଼ ଓ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜକୁ ଆଜିଠାରୁ ଛୁଇଁଛି ପହିଲି ଶୀତ।

ଗତକାଲି ରାତିରୁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ପ୍ରବଳ ଜାଡ଼ ଅନୁଭୂତ ହୋଇଥିଲା‌। ଗତ ୨୮ ତାରିଖ ରାତିରେ ତାପମାତ୍ରା ୧୯ ଡିଗ୍ରି ଥିବା ‌ବେଳେ ଗତକାଲି ଥିଲା ୧୮.୩ ଡିଗ୍ରି। ତେବେ ଆଜି ସକାଳେ ତାପମାତ୍ରା ୧୭ ଡିଗ୍ରି ତଳକୁ ଖସିଆସିଛି। ଶିମିଳିପାଳ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ୧୫ ଡିଗ୍ରିକୁ ଖସିଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଜିଲ୍ଲା ସଦର ମହକୁମା ବାରିପଦା ସହରରେ ପ୍ରାତଃଭ୍ରମଣରେ ଅଧିକାଂଶ ଶୀତବସ୍ତ୍ର ପରିଧାନ କରିଥିବା ଓ କିଛି ସ୍ଥାନରେ ଲୋକମାନେ ନିଆଁ ଜଳାଇ ଉଷୁମ ହେଉଥିବା ଦେଖିବାକୁ ମିଳିଥିଲା।

Related posts

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

ମହିଳାଙ୍କ ଶବ ରଖି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Odisha Halchal

Leave a Comment