ଅପରାଧଓଡ଼ିଶା ଖବରନ୍ୟୁଜ୍

୪୦ଟି ସ୍ଥାନରେ ରେଡ୍ କଲା ED: ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

୪୦ଟି ସ୍ଥାନରେ ରେଡ୍ କଲା ED ଚାଇନିଜ୍ କମ୍ପାନୀରେ ଅର୍ଥ ହେରଫେର

ଗତ ଏପ୍ରିଲ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜିଓମି ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବ୍ୟାଙ୍କ ଆକାଉଣ୍ଟରୁ ୫୫୨୧ କୋଟି ଜବତ କରାଯାଇଥିଲା । ବିଦେଶିକ ବିନିମୟ ପରିଚାଳନା ନିୟମ ଅନୁସାରେ କମ୍ପାନୀ ବେଆଇନ ଅର୍ଥ କାରବାର କରୁଥିବା ଜଣାପଡ଼ିଥିଲା । ତେବେ ଆଜି ଇଡି ପକ୍ଷରୁ ଭିଭୋ ସହିତ ଅନ୍ୟ ଚାଇନିଜ୍ ଫାର୍ମ ଉପରେ ଚଢ଼ାଉ କରାଯାଇଛି ।

ତେବେ ଇଡି ମୋଟ ୪୦ଟି ସ୍ଥାନରେ ରେଡ୍ କରିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଦକ୍ଷିଣ ରାଜ୍ୟର କିଛି ସ୍ଥାନରେ ଅର୍ଥ ହେରଫେର ମାମଲାରେ ଚଢ଼ାଉ କରାଯାଇଥିଲା । ତେବେ ଭିଭୋ ସହିତ ଅନ୍ୟ କିଛି ଚାଇନିଜ୍ ଫାର୍ମରେ ରେଡ୍ କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉ ନେଇ ଭିଭୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଅନ୍ୟପକ୍ଷରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ଅନ୍ୟ ଏକ ଏଫଆଇଆର ଦାୟର କରାଯାଇଛି ।

ଗତ ମାର୍ଚ୍ଚ ମାସରେ ଆୟକର ବିଭାଗ ପକ୍ଷରୁ ଚାଇନିଜ ଫାର୍ମରେ ରେଡ୍ କରାଯାଇଥିଲା । କମ୍ପାନୀ ନକଲି ରସିଦ୍ ମାଧ୍ୟମରେ ଟ୍ୟାକ୍ସ ସଂଗ୍ରହ କରୁଥିବା ଜଣାପଡ଼ିଥିଲା । ସେହିପରି ଗତ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ ରିଜିଅନରେ ରେଡ୍ କରାଯାଇଥିଲା । ଆଇଟି ବିଭାଗ ପକ୍ଷରୁ ଏକସଙ୍ଗେ ୪ ଶହ କୋଟି ଟଙ୍କା ଜବତ କରାଯାଇଥିଲା । ତେବେ ସମସ୍ତ ଅନିୟମିତତାକୁ ସମାଧାନ କରିବା ନେଇ ସରକାରୀ ଅଧିକାରୀଙ୍କୁ ସହଯୋଗ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

Related posts

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

Odisha Halchal

ଡବଲ୍‌ ହୋଇଯିବ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

Odisha Halchal

ବଣୁଆ ଘୁଷୁରୀର କଞ୍ଚା ମାଂସ ଜବତ

Odisha Halchal

Leave a Comment