ଓଡ଼ିଶା ଖବରନ୍ୟୁଜ୍

ହୋଟେଲ ନିକଟରେ ମର୍ମନ୍ତୁତ ସଡକ ର୍ଦୁଘଟଣା

ହୋଟେଲ ନିକଟରେ ମର୍ମନ୍ତୁତ ସଡକ ର୍ଦୁଘଟଣା

ଯାଜପୁର :-(ରିପୋର୍ଟ :-ମନୋଜ କୁମାର ସାହୁ)ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତୃପ୍ତି ଭୋଜନାଳୟ ହୋଟେଲ ନିକଟରେ ମର୍ମନ୍ତୁତ ସଡକ ର୍ଦୁଘଟଣା,ଲୁଣ ବୋଝେଇ ଟ୍ରକକୁ ଧକ୍କା ଦେଲା ସ୍ୱର୍ଣଲକ୍ଷ୍ମି ନାମକ ଏକ ଘରୋଇ ଯାତ୍ରୀବାହି ବସ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡାରୁ ଲୁଣ ବୋଝେଇକରି ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ଟ୍ରକ (OR04N8912)୨୦ନମ୍ବର ଜାତୀୟ ରାଜପଥର ପାଣିକୋଇଲି ତୃପ୍ତି ହୋଟେଲ ନିକଟରେ ଚା ପିଇବାକୁ ଅଟକି ରହିଥିବାବେଳେ ପଛରୁ ଆସୁଥିବା କେନ୍ଦୁଝରରୁ ଭୁବନେଶ୍ୱର ଯାଉଥିବା ସ୍ୱର୍ଣଲକ୍ଷ୍ମି ନାମକ ଘରୋଇ ଯାତ୍ରୀବାହି ।

ବସ୍ ଟ୍ରକ ପଛପଟୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ଫଳରେ ବସରେ ଥିବା ୩୦ ଯାତ୍ରୀଙ୍କ ମଧ୍ୟରୁ ଡ୍ରାଇଭର ସମେତ ୪ ଆହତ ଆହତ ହୋଇଥିଲେ।ସେମାନଙ୍କୁ ପାଣିକୋଇଲି ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ଯାଜପୁରଟାଉନ କ୍ଷେତ୍ରୀୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି।ଏହି ଦୃଘଟଣାରେ ବିଶେଷ ଭାବରେ କାହାର କିଛି କ୍ଷୟକ୍ଷତି ଘଟିନଥିବା ଜଣାପଡ଼ିଛି।

Related posts

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଦେଶର ସୁଯୋଗ୍ୟ ସନ୍ତାନ ଥିଲେ

Odisha Halchal

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

Odisha Halchal

Leave a Comment