ଓଡ଼ିଶା ଖବରନ୍ୟୁଜ୍

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ବୈରୀ ଡାଳିଯୋଡ଼ା ବନାଞ୍ଚଳ୍ପ ଅଧୀନସ୍ଥ ଅମିୟଝରୀ ଦେହୁରୀ ସାହିରେ ୨ଟି ହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଛନ୍ତି।

ସାହିର ଭରତ ଦେହୁରୀଙ୍କ ଛପରଘର ଭାଙ୍ଗି ଦେବାରୁ ଘରେ ଶୋଇଥିବା ସୋଲି ଦେହୁରୀ(୬୦) ଓ ଭରତଙ୍କ ପୁଅ କାର୍ତ୍ତିକ(୧୨) ଗୁରୁତର ଆହତ ହୋଇଥିଲେ।

ଆଜି ସକାଳୁ ବନ କର୍ମଚାରୀ ପହଞ୍ଚି ଦୁଇ ଆହତଙ୍କୁ ଡାକ୍ତରଖାନା ନେଇଥିଲେ। ସୋଲିଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗୁରୁତର କାର୍ତ୍ତିକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଛି।

Related posts

ଡିମିରିପଲ୍ଲୀରେ ଗୋ-ଚିକିତ୍ସା ଶିବିର

Odisha Halchal

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

Odisha Halchal

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ୮୨ ବର୍ଷ ବୟସରେ ଆଖି ବୁଜିଲେ

Odisha Halchal

Leave a Comment