ଓଡ଼ିଶା ଖବରନ୍ୟୁଜ୍

ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଗଲା

ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଗଲା

ଗଂଜାମ :-(ରିପୋର୍ଟ :-ଅନିଲ ସେଠି )ହାତୀ ମଣିଷ ଲଢେଇ ଜାରିରହିଛି କେତେବେଳେ ମଣିଷ ହାତୀକୁ ମାରୁଛି ତ କେତେବେଳେ ହାତୀର ଆକ୍ରମଣ ରେ ମଣିଷ ର ଜୀବନ ଚାଲିଯାଉଛି ଏଭଳି ସ୍ଥିତିରେ ଗତକାଲି ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଚାଲିଯାଇଛି l ପରିବାର ରୋଜଗାରିଆକୁ ହରାଇ ଭାଙ୍ଗି ପଡିଛି l

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ l ଗତ କାଲି ରାତିରେ ହାତୀ ଘଉଡାଇବାକୁ ଯାଇ ଜଣକ ର ଜୀବନ ଯାଇଛି।ମୃତକ ଜଣକ ହେଲେ ପବିତ୍ର ପାତ୍ର।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ 10 ଟିକିଆ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିଲେ ।ଖବର ପାଇ ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡାଇବା ପାଇଁ ଯାଇଥିଲେ । ହେଲେ ହଟାତ ଏକ ହାତୀ ଗଛ ପଛପଟୁ ବାହାରି ଆସିଯିବାରୁ ଅନ୍ୟମାନେ ଦୌଡ଼ି ଆସିଥିଲେ ।

ପଵିତ୍ରକୁ ହାତୀ ସୁଣ୍ଢ ରେ ଟାଣି ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ପବିତ୍ରର ମୃତ୍ୟୁ ହୋଇଥିଲା।ବନ ବିଭାଗ ର କର୍ମଚାରୀ ମାନେ ବାଣ ଫୁଟାଇ ହାତୀ ଘଉଡ଼ାଇବାପରେ ମୃତଦେହକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି। ଅନ୍ୟପଟେ ପରିବାରର ଏକମାତ୍ର ରୋଜଗାରିଆ କୁ ହରାଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ l

Related posts

ପ୍ରତ୍ନତତ୍ତ୍ଵ ବିଭାଗର ଚୋରି ୩ ଜଣକୁ ଗିରଫ କଲା ପୋଲିସ

Odisha Halchal

ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

Odisha Halchal

ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟରରେ ଜଣେ ଯବାନ ସହୀଦ, ଓଡ଼ିଆ ଯବାନଙ୍କ ସମେତ ୪ ଆହତ

Odisha Halchal

Leave a Comment