ଓଡ଼ିଶା ଖବରନ୍ୟୁଜ୍

ସ୍କୁଲ ଛାତ ରୁ ପଡି ଛାତ୍ର ମୃତ

ସ୍କୁଲ ଛାତ ରୁ ପଡି ଛାତ୍ର ମୃତ

ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ହୋଷ୍ଟେଲ ଛାତରୁ ପଡି ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆ ପଡା ପଞ୍ଚାୟତ ର କପାପଦର ହାଇସ୍କୁଲରେ। ଏହି ସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଭରତ ବିଡିକା ସ୍କୁଲ ଛାତ ଉପରୁ ପଡି ମୃତ୍ୟୁ ଘଟିଛି।

ସେ କପାପଦର ହୋଷ୍ଟେଲ୍ ରେ ରହି ମେଟ୍ରିକ ପରୀକ୍ଷା ଦେଉଥିଲେ। ଗତ କାଲି ରାତି 8ଟା ବେଳେ ହୋଷ୍ଟେଲ ଛାତ ଉପରୁ କୌଣସି କାରଣରୁ ପଡିଯାଇଥିଲେ। ସ୍କୁଲ ଶିକ୍ଷକ ମାନେ ତାଙ୍କୁ ୧୦୮ ଆମ୍ବୁଲେନ୍ସ ଯୋଗେ ବିଷମ କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘଷଣା କରିଛନ୍ତି।

ଭରତ ବିଡିକା ଙ୍କ ଘର ବିଷମ କଟକ ଥାନା ଅନ୍ତର୍ଗତ ହାଟ ମୁନିଗୁଡା ପାଞ୍ଚାୟତର ଘଣ୍ଟିଖାଲ ଗ୍ରାମର ସିଙ୍ଗୀନା ବିଡିକାଙ୍କ ପୁଅ ବୋଲି ଜଣା ପଡ଼ିଛି । ସ୍ଥାନୀୟ ସରପଞ୍ଚ ଏଭଳି ଦୁଃଖଦାୟକ ଘଟଣା କୁ ଉପଯୁକ୍ତ ତଦନ୍ତ ପାଇଁ ଦାବି କରିଵା ବେଳେ , ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Related posts

ମହିଳା ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ଶିବିର

Odisha Halchal

OYO ଆସୁଥିବା କପଲ୍ସଙ୍କ ଭିଡିଓ ଶୁଟିଂ ଭାଇରାଲ ଧମକ ଦେଇ ଟଙ୍କା ମାଗୁଥିଲେ

Odisha Halchal

ଏସିଆନ୍ ଟ୍ରାକ୍ ସାଇକ୍ଲିଂ: ସ୍ବସ୍ତି ଓ ଦୀନେଶଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment