ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ

ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ

ନବରଙ୍ଗପୁର :-(ରିପୋର୍ଟ-ପ୍ରଶାନ୍ତ କୁମାର ସାହୁ ) ଉମରକୋଟ ବ୍ଲକ ଭାମିନି ପଞ୍ଚାୟତ ଆଦିବାସୀ ଛୋଟାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଜଣେ ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ କରି ଚାରି ମୁଖା ପିନ୍ଧା ଦୁର୍ବୁର୍ତ୍ତ ଫେରାର I

ସୂଚନା ଅନୁଯାୟୀ ସକାଳ ସ୍କୁଲ କାମ ସାରି ଶିକ୍ଷକ ଧନିରାମ ଗୌଡ଼ ଉମରକୋଟ ଫେରୁଥିଲେ।ଫେରିବା ବାଟରେ ଛଟାଗୁଡା ନିକଟରେ ଏକ ନିଶବ୍ଦ ଜାଗା ରେ ଚାରି ଦୁର୍ବୁର୍ତ କଳା ମୁଖା ପିନ୍ଧି ଏକ ହାତୁଡିରେ ଆତର୍କିତ ଭାବେ ପ୍ରଥମେ ଆକ୍ରମଣ କରିଥିଲେ ଓ ପରେ ସେ ତଳେ ପଡି ଯିବା ପରେ ପୁଣି ଗୋଡ଼,ହାତ,ମୁଣ୍ଡ ରେ ଗଭୀର ଆକ୍ରମଣ କରିଥିଲେ ।ଆଘାତ ପାଇ ଶିକ୍ଷକ ଙ୍କ ଚିତ୍କାର ପରେ ଚାରି ଦୁର୍ବୁର୍ତ ଦୁଇଟି ହିରୋ ଡିଲକ୍ସ ଗାଡ଼ିରେ କେଉଁ ଆଡେ ଚାଲି ଯାଇଥିବା ସୂଚନା ମିଳିଛି।

ଆହତ ଶିକ୍ଷକ ନିଜ ଭାଇଙ୍କୁ ଘଟଣା ବିଷୟରେ ଫୋନ କରି କହିବା ପରେ ଭାଇ ଓ କିଛି ପଥଚାରି ଙ୍କ ସହାୟତା ରେ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଓ ଚିକିତ୍ସା ଚାଲିଛି।ଅନ୍ୟପଟେ ଘଟଣାର ସୂଚନା ପାଇ ଉମରକୋଟ ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛି ତେବେ କେଉଁ କାରଣ ରୁ ଏପରି ମରଣାତ୍ମକ ଆକ୍ରମଣ କରାଯାଇଛି ତାହାର କୌଣସି ସୂଚନା ମିଳିପାରିନାହିଁ ।

Related posts

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ

Odisha Halchal

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

Odisha Halchal

କାମ ର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

Odisha Halchal

Leave a Comment