ଓଡ଼ିଶା ଖବରନ୍ୟୁଜ୍

ରୋପ୍ୟ ଜୟନ୍ତୀ ପଥ ଉତ୍ସବ ପାଳିତ

ରୋପ୍ୟ ଜୟନ୍ତୀ ପଥ ଉତ୍ସବ ପାଳିତ

କୋରାପୁଟ:-(ରିପୋର୍ଟ :-ଦଶରଥ ମାଛ )ସୁନାବେଡ଼ାରେ ରୋପ୍ୟ ଜୟନ୍ତୀ ପଥ ଉତ୍ସବ ପାଳିତ ହୋଇଯାଇଛି। ପରବ ହେଉଛି ଅନ୍ୟତମ ଏହି ରୋପ୍ୟ ଉତ୍ସବ ପରବ ମାଧ୍ୟମରେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାକୁ କିପରି ବିକଶିତ ଏବଂ ଲୁକ୍କାୟିତ ପ୍ରତିବା ଲୋକଲୋଚନକୁ ଆଣିବା ପାଇଁ ପାଳନ କରାଯାଏ।କରନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ପରେ ଚଳିତ ବର୍ଷ ରୋପ୍ୟ ପଥ ଜୟନ୍ତୀ ଉତ୍ସବ କୋରାପୁଟ ଜିଲ୍ଲା ସୁନାବେଡ଼ାରେଧୁମଧାମର ସହିତ ପାଳନ କରାଯାଇଥିଲା।

ଏହି ଅବସରରେ ରୋପ୍ୟ ପଥ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ,ରଘୁରାମ ପଡ଼ାଲ, ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ସୁନାବେଡ଼ା କାର୍ଯ୍ୟନିବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ଗୋଷ୍ଠୀ ସଂଯୋଜକ ଚିତ୍ତରଞ୍ଜନ ସାହୁ, ଲଷ୍ମୀଧର, ଏବଂ ପୋୖର ପରିଷଦ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସୁଚାର ରୂପେ କାର୍ଯ୍ୟ ତୁଲାଇ ଥିଲେ,ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରକାର ଖେଳ ଖୁଦ ସହିତ ବିଭିନ୍ନ ପ୍ରକାର ଆଦିବାସୀ ନୃତ୍ୟ,ଲୋକ ନୃତ୍ୟ, ରଙ୍ଗୋଲି,ମେଲୋଡି,ଫ୍ୟାନ୍ସି ପୋଷାକ,ଫୁଲ ପ୍ରଦର୍ଶନୀ,ଏସ୍ଏଚ ଜି ଷ୍ଟଲ୍ ,ଖାଦ୍ୟ ଷ୍ଟଲ୍ ,ଶରୀର ନିର୍ମାଣ କୀର୍ତ୍ତନ,ମ୍ୟୁଜିକ୍ ବ୍ୟାଣ୍ଡ, ଯୋଗ,କୁକୁର ଶୋ,କରାଟେ ଫ୍ଲାସ୍ ମୋବ୍ ,ଅଗ୍ନି ନିରାପତ୍ତା ଶୋ,ମିନି ମାରାଥନ୍ ।

ଏହି ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ, କମ୍ବାଟ୍ ସ୍ପୋର୍ଟସ୍ ଆକାଡେମିର ଛାତ୍ରମାନେ ୫୨ ଜଣ ଛାତ୍ରଙ୍କ ସହ ପାଥ୍ ମୋହୋଷ୍ଟଭରେ କରାଟେ ଏବଂ ୱୁଶୁ ପ୍ରଦର୍ଶନ କରିଥିଲେ ଏବଂମୁଖ୍ୟ ପ୍ରଶିକ୍ଷକ, ମିଥୁନ ଚକ୍ରବର୍ତ୍ତୀ ,ଆସଷ୍ଟ କୋଚ୍ ଲକ୍ଷ୍ମଣ ମୁଠାଈ, ଧର୍ମୁ ବାଗ, ପ୍ରମୋଦ ତ୍ରିପାଠୀ, ବିରେନ୍,ଶୁଭେଚ୍ଛା ଦେଇଥିଲେ। ଏହି ମଞ୍ଚରେ ସୁନାବେଡ଼ା ପୋଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ଏବଂ ଏହି ଅଞ୍ଚଳବାସୀ ଯୋଗ ଦେଇଥିଲେ।ଭାଗ ନେଇଥିବା କୃତିତ୍ବଙ୍କୁ ପରିଷଦ ତୋରଫରୁ ସମ୍ମାନିତ କରାଯାଇ ଥିଲା।

Related posts

ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ଝଙ୍କଟ ପାଇକ କ୍ଷତ୍ରୀୟ ସମାଜ

Odisha Halchal

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

Odisha Halchal

Leave a Comment