ଓଡ଼ିଶା ଖବରନ୍ୟୁଜ୍

ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଅଣ୍ଟା ଭିଡ଼ିଲା ଦାବିପତ୍ର

ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ଅଣ୍ଟା ଭିଡ଼ିଲା ଦାବିପତ୍ର

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ପ୍ରାଉଟିଷ୍ଟ କ୍ଳବ୍ ଇଣ୍ଡିଆ ର ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଏକ ଶୋଭାଯାତ୍ରା , ଗଣ ଧାରଣା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ପୁରୁଷ ଓ ମହିଳା ମାନେ ଏକ ଶୋଭାଯାତ୍ରା ରେ ଆସି ପଲସାଗୋରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନ ଙ୍କ ଜରିଆରେ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଅନେକ ଯୋଗ୍ୟ ହିତାଧୀକାରୀ ଯୋଜନାରୁ ବାଦ ପଡ଼ିଥିବା ବେଳେ ଧନିଷ୍ଠ ବ୍ୟକ୍ତି ମାନେ ଏହାର ଫାଇଦା ଉଠାଉଥିବା ଅଭିଯୋଗ କରିଛନ୍ତି ।

ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଦିବ୍ୟାଙ୍ଗଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ଗ୍ରାମ ଓ ୱାର୍ଡ କୁ ଯାଇ ତଥ୍ୟ ସଂଗ୍ରହ କରି ସାମିଲ କରିବାପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Related posts

କାଳ ବୈଶାଖୀର ତାଣ୍ଡବ

Odisha Halchal

ପୁଲିସ ଆଇଆଇସି ରିଗଣ କିଣ୍ଡୋଙ୍କୁ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ

Odisha Halchal

ପୁଣି କାନ୍ଧରେ ବୁହା ହେଲା ଗର୍ଭବତୀ ମହିଳା

Odisha Halchal

Leave a Comment