ଅପରାଧଓଡ଼ିଶା ଖବରନ୍ୟୁଜ୍

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

ମାଆ-ଝିଅଙ୍କୁ ଗଳା କାଟି ହତ୍ୟା । ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଥିବା ବେଳେ ଆଉ ତାଙ୍କ ମାଆ ରହିଛନ୍ତି । କୋରାପୁଟ ସଦର ଥାନା ପଡ଼ାଗଡ଼ା ପଞ୍ଚାୟତ ଲୁକୁମାରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ କୋରାପୁଟ ଏସ୍‌ଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ସମସ୍ତେ ମଜାମଜଲିସରେ ମାତିଥିଲେ। ହେଲେ ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି। ତେବେ ଜଣେ ମା’ କ’ଣ ପାଇଁ ନିଜ ହାତରେ ନିଜ ଛୁଆର ଜୀବନ କିପରି ଓ କାହିଁକି ନେଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ଖବର ଅନୁଯାୟୀ, ଲୁକୁମାରି ଗାଁରେ ଏକ ଘର ଭିତରେ ମାଆ-ଝିଅଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଉଭୟଙ୍କ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ହତ୍ୟା କରାଯାଇଛି ନା କିଛି ଅନ୍ଧବିଶ୍ୱାସ ରଖି ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀ କିରଣ ବାଳା ସାମଲଙ୍କ ସୁଚନା।

Related posts

୪୧କେଜି ୪୫ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ

Odisha Halchal

ଋଷର ୟୁକ୍ରେନ ଆକ୍ରମଣର ଦ୍ୱିତୀୟ ଦିନ, ଭାରତରୁ ଔଷଧ ଏବଂ ରାଜନୈତିକ ସହାୟତା ଲୋଡିଥିଲେ ୟୁକ୍ରେନ୍ ସାଂସଦ

Odisha Halchal

ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ପାଳିତ

Odisha Halchal

Leave a Comment