ଦେଶ ବିଦେଶନ୍ୟୁଜ୍

ଋଷର ୟୁକ୍ରେନ ଆକ୍ରମଣର ଦ୍ୱିତୀୟ ଦିନ, ଭାରତରୁ ଔଷଧ ଏବଂ ରାଜନୈତିକ ସହାୟତା ଲୋଡିଥିଲେ ୟୁକ୍ରେନ୍ ସାଂସଦ

ଋଷର ୟୁକ୍ରେନ ଆକ୍ରମଣର ଦ୍ୱିତୀୟ ଦିନ, ଭାରତରୁ ଔଷଧ ଏବଂ ରାଜନୈତିକ ସହାୟତା ଲୋଡିଥିଲେ ୟୁକ୍ରେନ୍ ସାଂସଦ

ଋଷିଆ ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ୟୁକ୍ରେନ୍ ସାଂସଦ ସୋଫିଆ ଫେଡାଇନା ଭାରତରୁ ଔଷଧ ସହାୟତା ଲୋଡିଛନ୍ତି। ସେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଇଣ୍ଡିଆଟୁଡେକୁ କହିଛନ୍ତି, “ୟୁକ୍ରେନ କେବଳ ଅସ୍ତ୍ରଶସ୍ତ୍ରର ନୁହେଁ, ମାନସିକ ସ୍ତରରେ ମଧ୍ୟ ସାହାଯ୍ୟ ଆବଶ୍ୟକ କରେ ଏବଂ ଋଷକୁ ଦଣ୍ଡ ଦେବାକୁ ସେ ଭାରତଠୁ ରାଜନୈତିକ ସହାୟତା ମଧ୍ୟ ଲୋଡିଛନ୍ତି।

ସେ କହିଛନ୍ତି ଯେ ଋଷସେନା ଶାନ୍ତିପୂର୍ଣ୍ଣ ୟୁକ୍ରେନୀୟମାନଙ୍କୁ ହତ୍ୟା କରୁଛନ୍ତି। ମୁଁ ଏକ ସାର୍ବଭୌମ ଦେଶର ମାନବିକ ଅଧିକାରର ସୁରକ୍ଷା ପାଇଁ ସମସ୍ତ ଭାରତୀୟ ରାଜନେତାଙ୍କୁ ଅନୁରୋଧ କରୁଛି।” ତେବେ ସେ ଏହି ଅପିଲ କରିବା ସମୟରେ ୟୁକ୍ରେନର ଏକ ବୋମା ଆଶ୍ରୟସ୍ଥଳରୁ କଥା ହେଉଥିଲେ।

ତେବେ ଏହି ସମୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭ୍ଲାଡିମିର୍ ଜେଲେନସ୍କି କହିଛନ୍ତି ଯେ ଆମେ କେବଳ ଆମ ଦେଶକୁ ରକ୍ଷା କରିବା ପାଇଁ ଏକାକୀ ପ୍ରସ୍ତୁତ,ଆମ ସହିତ ଯୁଦ୍ଧ କରିବାକୁ କିଏ ପ୍ରସ୍ତୁତ ଏହା ଜଣାନାହିଁ ଏବଂ ମୁଁ ଏପର୍ଯ୍ୟନ୍ତ କାହାକୁ ଆମ ସପକ୍ଷରେ ଦେଖୁ ନାହିଁ ।

Related posts

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

Odisha Halchal

ଓଡ଼ିଶାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା

Odisha Halchal

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

Leave a Comment