ଅପରାଧଓଡ଼ିଶା ଖବରନ୍ୟୁଜ୍

ମହୁଲଡିହା ଥାନା ଏଏସ୍‌ଆଇ ନିଲମ୍ବିତ

ମହୁଲଡିହା ଥାନା ଏଏସ୍‌ଆଇ ନିଲମ୍ବିତ

କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ଵିତ ହେଲେ ଏଏସଆଇ । ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସ୍‌ପି ରିଷୀକେଶ ଦ୍ୟନଦେଓ ଖିଲାରୀ ସୁଚନା ଦେଇଛନ୍ତି ।

ଏଏସଆଇଙ୍କ ନାଁ ହେଉଛି ପବିତ୍ର ମୋହନ ରାଉତ । ସେ ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନାର ଏଏସଆଇ ଅଟନ୍ତି । ଖବର ଅନୁସାରେ ମହୁଲଡିହା ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜଣେ ପଶୁ ଡ଼ାକ୍ତର ହୋଇ ମଧ୍ୟ ମଣିଷଙ୍କ ଚିକିତ୍ସା କରୁଥିଲେ ଏପରିକି ବିଶ୍ଵନାଥ ବେହେରା ନାମକ ଜଣେ ନକଲି ଡାକ୍ତର ମଣିଷଙ୍କୁ ପଶୁ ଇଞ୍ଜେକ୍ସନ ମଧ୍ୟ ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ପଶୁ ଡାକ୍ତରଙ୍କୁ ମହୁଲଡିହା ଥାନା ଜିମା ଦେଇଥିଲେ। ସେହି ସମୟରେ କାର୍ଯ୍ୟରତ ଥିବା ଏଏସଆଇ ମୋହନ ରାଉତ ଏକ ରାଜିନାମା ଲେଖାଇ ନକଲି ଡାକ୍ତରକୁ ଛାଡି ଦେଇଥିଲେ। ଏହି ଘଟଣାରେ ଏବେ ମୟୂରଭଞ୍ଜ ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Related posts

ଉତ୍କଳ ଆଲୁମିନା ବିରୁଦ୍ଧରେ ୧୨୦ କି:ମି: ପଦଯାତ୍ରା

Odisha Halchal

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

Odisha Halchal

ଚଇତି ପଡିଆ ଠାରେ ନିଯୁକ୍ତି ମେଳା

Odisha Halchal

Leave a Comment