ଓଡ଼ିଶା ଖବରନ୍ୟୁଜ୍

ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି :-(ରିପୋର୍ଟ:- କ୍ରିଷ୍ଣପଦ ରାୟ)ଜିଲ୍ଲା ପଡ଼ିଆ ବ୍ଲକର ଗୋରାଖପାଲ୍ଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।ଗତକାଲି ସନ୍ଧ୍ୟା ସମୟରେ ଗାଙ୍ଗି ଫାଇଦା ନାମକ ଜଣେ ମହିଳା ଜଙ୍ଗଲରେ ଶୈଚ ପାଇଁ ଯାଇଥିବା ସମୟରେ ନିକଟରେ ଥିବା ମହୂଫେଣା ରୁ ମୋହୁମାଛି ମହିଳା ଜଣଙ୍କ ଉପରେ ଆକ୍ରମଣ କରିଥିଲା ।

ତେବେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ନେଇ ନିକଟସ୍ଥ ପଡ଼ିଆ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ରାତି ତମାମ ପଡ଼ିଆ ଚିକିତ୍ସାଳୟ ଠାରେ ଭର୍ତ୍ତି ରହି ଶେଷରେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିବା ବେଳେ ଆଜି ସକାଳ ସମୟରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ରେଫାର କରିଥିଲେ ଡକ୍ଟର। ମୁଖ୍ୟ ଚିକିତ୍ସାଳୟ ମାଲକାନଗିରି ପହିଞ୍ଚିବା ପୂର୍ବରୁ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ତେବେ ପରିବାର ବର୍ଗଙ୍କ ଭିତରେ ଏବେ ଦୁଃଖର ବାତାବରଣ ଖେଳିଯାଇଛି।

Related posts

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

Odisha Halchal

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

Odisha Halchal

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

Leave a Comment