ଅପରାଧଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କ ଶବ ରଖି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ମହିଳାଙ୍କ ଶବ ରଖି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଲାଙ୍ଗିର:-ବେଆଇନ ଦାଦନ ଦଲାଲ୍ କୁ ଗିରଫ ଦାବି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ହେଉଛି ଦାଦନ ପ୍ରବଣ ଅଞ୍ଚଳ।ସବୁବର୍ଷ ଏହି ଅଞ୍ଚଳ ରୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। କିନ୍ତୁ ସେଠାରେ କେତେବେଳେ କଣ ଅଘଟଣ ଘଟେ ତାହା କେହି କହି ପାରିବେ ନାହିଁ ।ଏଥି ନିମନ୍ତେ ରାଜ୍ୟ ସରକାର ବାହାର ରାଜ୍ୟକୁ ଦାଦନ ଯାଉଥିବା ଲୋକମାନଙ୍କୁ ଶ୍ରମ ବିଭାଗ ଠାରେ ପଞ୍ଜିକରଣ କରାଇ ଯିବା ପାଇଁ କହିଛନ୍ତି। ଯାହା ଫଳରେ କି ଲୋକେ ବିଭିନ୍ନ ପ୍ରକାର ସୁବିଧା ପାଇ ପାରିବେ। ହେଲେ ନିଜ ଲାଭ ପାଇଁ ଦାଦନ ଦଲାଲ୍ ମାନେ ଦାଦନ ଶ୍ରମିକ ଙ୍କୁ ପଞ୍ଜିକୃତ ନକରାଇ ସ୍ଥାନୀୟ ପୋଲିସ କୁ କିଛି ହାତଗୁଞ୍ଜା ଦେଇ ବେଆଇନ ଦାଦନ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।

ଯାହାଫଳରେ ସେଠାରେ ଦାଦନ ଶ୍ରମିକ ମାନେ ନିର୍ଯାତନା ର ଶିକାର ହେଉଥିବା ବେଳେ ମୃତ୍ୟୁବରଣ କରି ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ସୁଲେକେଲା ଗାଁ ରେ। ଏହି ଗାଁ ର ପକ୍ଷୀରାଜ ଦଲେଇ ସିକିନ୍ଦ୍ରାବାଦ, ପଠାନଚୋର ଧୁବାକୁଣ୍ଡ ଗାଁ ର ରାମେଶ୍ବର ଇଟାଭାଟି କୁ କାମ କରିବା ପାଇଁ ନିଜ ତିନି ସନ୍ତାନ ଓ ପତ୍ନୀ ସ୍ନେହ ଶୀଳାଙ୍କୁ ନେଇ ଦାଦନ ଖଟିବାକୁ ସୁଲେକେଲା ଗାଁ ର ବେଆଇନ ଦାଦନ ସର୍ଦ୍ଦାର ନିମାଇଁ ଚରଣ ବୁଡେକ ଙ୍କ ଜରିଆରେ ମାଲିକ ଶ୍ରୀ ଚିରୁ ମୁଧିରାଜ ପାଖକୁ ଇଟା ଗଢିବା ପାଇଁ ଯାଇଥିଲେ। ହେଲେ ସେଠାରେ ଇଟାଭାଟି ମାଲିକ ଙ୍କ ନିର୍ଯାତନାର ଶିକାର ହୋଇ ଆସୁଥିଲେ ସୁଦ୍ଧା କାହାରିକୁ କହିପାରୁ ନଥିଲେ।ଧିରେଧିରେ ତାଙ୍କ ସ୍ତ୍ରୀ ସ୍ନେହ ଶିଳା ଦଲାଇ (୪୫)ଙ୍କ ଶରୀର ଦୁର୍ବଳ ହୋଇଯାଇଥିବା ବେଳେ ମାଲିକ ଚିକିତ୍ସା କରିନଥିବା ବେଳେ ଶେଷ ମୂହୁର୍ତ୍ତ ରେ ମୃତକଙ୍କ ସ୍ବାମୀ ସରକାରୀ ମେଡିକାଲ କୁ ନେଇ ଚିକିତ୍ସା କରାଇଥିବା ବେଳେ ସେ ମଙ୍ଗଳବାର ଦିନ ରାତିରେ ମୃତ୍ୟୁବରଣ କରିଥିବା କହିଛନ୍ତି।

ମେଡିକାଲ ରୁ ଏମ୍ବୁଲାନ୍ସ ଯୋଗେ ଓଡ଼ିଶାର କଣ୍ଟାବାଞ୍ଜି କୁ ବୁଧବାର ରାତିରେ ଅଣାଯାଇଥିଲା। କିନ୍ତୁ ତାଙ୍କ ଗାଁ ସୁଲେକେଲା ନ ଆଣିବା ପାଇଁ ତାଙ୍କ ଗାଁର ସର୍ଦ୍ଦାର ଚନ୍ଦ୍ରମଣି ଗୁରୁ ଫୋନ ଯୋଗେ ମନା କରିଥିଲେ ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ତାଙ୍କ କାକୀ ମରିଯାଇଥିବା ଖବର ପାଇ ପୁତୁରା ଦିଲ୍ଲୀପ ଦଲେଇ (୩୮)ପି.ପ୍ରତିରାଜ ଦଲେଇ ବେଲପଡା ଥାନା କୁ ଯାଇ ଏତଲା ଦେବାରୁ ତାଙ୍କ ଏତଳା କପି ବେଲପଡା ପୋଲିସ ରଖିନଥିବାରୁ ସେ ଦୁଃଖିତ ହୋଇ ଘରକୁ ଯାଇଥିଲେ । ରାତି ୨ ଟାରେ ମୃତ ଶରୀର ଆସିବା ପରେ ତାକୁ ରଖି ଗୁରୁବାର ଦିନ ସକାଳେ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବଂ ନିଜର କ୍ଷତିପୂରଣ ଦାବି କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ସାହୁ ଦାବିପତ୍ର ଗ୍ରହଣ କରି ଶ୍ରମ ବିଭାଗ ପକ୍ଷରୁ ସର୍ଦ୍ଦାର ଓ ଇଟାଭାଟି ମାଲିକ ଙ୍କ ଉପରେ ମକଦ୍ଦମା ରୁଜୁ କରି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମୃତଦେହ କୁ ନେଇ ଗାଁ କୁ ଶବଦାହ ପାଇଁ ଯାଇଥିଲେ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ବେଲପଡା ପୋଲିସ ଦାଦନ ଶ୍ରମିକ ମାନଙ୍କ ଅଭିଯୋଗ ଶୁଣୁନାହାନ୍ତି କାହିଁକି ? ଏବେ ଏବେ ସେହି ଅଞ୍ଚଳର ଯୁବା ଗାଁ ର ଜଣେ ଦାଦନ ଶ୍ରମିକ ମୃତ୍ୟୁ ହୋଇଥିଲା ହେଲ ସେଠାକୁ ପୋଲିସ ପହଞ୍ଚିଲା ନାହିଁ। ଏମାନଙ୍କ ଏତଳା ରଖିଲା ନାହିଁ ଏହା କି ପ୍ରକାର ଆଇନ।ବେଲପଡା ଅଞ୍ଚଳ ରେ କାହିଁକି ଏଭଳି ଅନ୍ୟାୟ ହେଉଛି। ଏଠାରେ କାହିଁକି ରକ୍ଷକ ସାଜିଛନ୍ତି ଭକ୍ଷକ ଏଭଳି କାର୍ଯ୍ୟ ପ୍ରତି ଅଞ୍ଚଳବାସୀ ଦୃଢ଼ ନିନ୍ଦା କରୁଛନ୍ତି ବୋଲି ଶୁଣାଯାଏ। ଏହାକୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Related posts

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

Odisha Halchal

ମାଓବାଦୀଙ୍କ ଗୁଳିରେ ଏ ଏସ ଆଇ ଗୁରୁତର

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment