ଓଡ଼ିଶା ଖବରନ୍ୟୁଜ୍

ମରଣଯନ୍ତା ପାଲଟିଛି ପୀଠମାରେନ ପୋଲ

ମରଣଯନ୍ତା ପାଲଟିଛି ପୀଠମାରେନ ପୋଲ

ସମ୍ବଲପୁର :-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର) ଜମନକିରା ବ୍ଲକ ଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ ପୀଠମାରେନ ପୋଲ। ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ଏହି ପୋଲର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ବେଳେ କିଛି ବର୍ଷ ପୂର୍ବରୁ ଏହାକୁ ମରାମତି କରାଯାଇଥିଲା। ମରାମତି ହେବାର ଆଜକୁ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏନେଚ୍ଏଆଇ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଛନ୍ତି।

ଏନେଚ୍ଏଆଇ କର୍ତ୍ତୃପକ୍ଷ ଯେଉଁ ଠିକା ସଂସ୍ଥାକୁ ଏହି ରାସ୍ତା ନିର୍ମାଣର ଦାୟିତ୍ଵ ଦେଇଛନ୍ତି ସେମାନଙ୍କ ମନ୍ ମର୍ଜି ଯୋଗୁଁ ରାସ୍ତା ଅବସ୍ଥା ଏବେ ସଙ୍କଟାପନ୍ନ ଅବସ୍ଥାରେ ରହିଛି। ପୋଲ ମଝିରେ ଫୁଟିଏ ଫୁଟିଏ ଗାଢ଼ (ଗର୍ତ୍ତ) ହୋଇ ଛଡ଼ ଗୁଡ଼ିକ ମେଳା ହୋଇ ରହିଛି। ଅନେକ ଥର ଏଠି ଯାତ୍ରୀ ମାନେ ଗାଡିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏମିତିକି ବାରମ୍ବାର ଏଠି ଗାଡ଼ି ଗୁଡ଼ିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏବେ ବର୍ଷା ହେବା ଫଳରେ ଗାଡ଼ ଗୁଡିକରେ ପାଣି ଜମି ରହିବା ଯୋଗୁଁ ରାସ୍ତାର ସ୍ଥିତି ବିଷୟରେ ଜଣା ପଡିନାହିଁ। ଯଦ୍ୱାରା ବାଇକ୍ ଆରୋହି ପଡ଼ି ଗୁରୁତ୍ତର ହେଉଛନ୍ତି।

୪ ଚକିଆ ଯାନ ଗୁଡ଼ିକର ଚକା disk ବେଣ୍ଡ ହୋଇ ଚାଲି ପାରୁନାହିଁ। ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଉଥିଲେ ସୁଦ୍ଧା ପ୍ରତିକାର କରିବୁ କହି କେବଳ ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ବାସ୍ତବରେ କିଛି କାମ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ଆଗାମୀ ଦିନରେ ମରାମତି ନକଲେ ରାସ୍ତାରୋକ କରାଯିବ ବୋଲି କର୍ତୃପକ୍ଷଙ୍କ ଠାରେ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ NHI କର୍ତ୍ତୃପକ୍ଷ ଶ୍ରୀ ନୀତିନ ଗୁପ୍ତା ଙ୍କୁ ଯୋଗା ଯୋଗ କରିବାରୁ ଜିଓ କମ୍ପାନୀ କେବୁଲ ବିଛାଉ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି,ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏ ଦିଗରେ କଣ ପଦେକ୍ଷପ ନେଉଛି।

Related posts

ପୁଣି ଯୌତୁକ ନିର୍ଯାତନା

Odisha Halchal

ଭିଜିଲାନ୍ସ ଜାଲରେ ଜଣେ କୋଟିପତି ଫରେଷ୍ଟ ରେଞ୍ଜ ଅଧିକାରୀ

Odisha Halchal

ଅଭିନବ ଉପାୟରେ ଗୋମାଂସ ଚାଲାଣ

Odisha Halchal

Leave a Comment