ଓଡ଼ିଶା ଖବରନ୍ୟୁଜ୍

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

ନୂଆପଡା :-କୋମନା ବ୍ଲକ ସ୍ଥିତ ବୁଦ୍ଧିକୋମନା ଗ୍ରାମପଂଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମର ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ଆଜି ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି. ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟା ଜୋନ -3 ର ଶ୍ରୀମତୀ ଦୀପିକା କୋଶଲ୍ୟା ଓ ନବ ନିର୍ବାଚିତ କୁରେଶ୍ୱର ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ବିଜୟ ଲଷ୍ମୀ ବରାଳ ଉପସ୍ଥିତ ଥିଲେ.ତତ ସହିତ ସଂଗଠନର ସମ୍ପାଦକ ଶ୍ରୀ ଶେଷଦେବ ପ୍ରଧାନୀ ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

ଆଙ୍କର – ସୃଷ୍ଟିରେ ନାରୀ ହିଁ ଜନନୀ,ଧାତ୍ରୀ, ପାଳନକାରୀ, ସୃଷ୍ଟି ରକ୍ଷାକାରୀଣି ଅଟନ୍ତି.ସେ ସଂସାରରେ ଭଉଣୀ, ଜାୟା, ଜନନୀ ରୂପେ ବଞ୍ଚି ରହେ l ସେ ମାତା ଦୁର୍ଗା, ଲଷ୍ମୀ, ସରସ୍ବତୀ (ଶକ୍ତି ସ୍ୱରୂପିଣୀ, ଧନ ଧାନ୍ୟ, ଅନ୍ନ ଦାୟିନୀ, ବିଦ୍ୟାଦାତ୍ରୀ ଭାବେ ଯୁଗେ ଯୁଗେ ବନ୍ଦନୀୟା. ଏହି ଯୁଗରେ ମଧ୍ୟ ପ୍ରତ୍ୟେକ ମହିଳାଙ୍କୁ ସମ୍ମାନ ଦେଉଛି ଆଧୁନିକ ସମାଜ. ମା କୁ ସମ୍ମାନ ଓ ଗାଁ କୁ କାମ ମଧ୍ୟ୍ ସରକାର ଘୋଷଣା କରିଛନ୍ତି l

ପ୍ରତିବର୍ଷ ମାର୍ଚ୍ଚ ମାସ 8ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରାଯାଏ l ବିଶେଷତଃ ମହିଳା ମାନଙ୍କ ପ୍ରତି ସମ୍ମାନ, ସ୍ନେହ, ଶ୍ରଦ୍ଧାର ନିଦର୍ଶନ ନିମନ୍ତେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ରହିଛି. ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ୱ ରହିଛି l ମହିଳା ମାନଙ୍କୁ ସମାଜରେ ସେମାନଙ୍କର ଉଚିତ ସ୍ଥାନ ଦେବା ଓ ସେମାନଙ୍କ ଉପଲବ୍ଧି ସର୍ବ ସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ୱ ରହିଛି

Related posts

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

Odisha Halchal

ଜିଲ୍ଲାରେ ବାଘ ଆତଙ୍କ

Odisha Halchal

ପୁରୀ ସେବାୟତ କୃଷ୍ଣଚନ୍ଦ୍ର ହତ୍ୟା ମାମଲା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ୪ ଅଭିଯୁକ୍ତ

Odisha Halchal

Leave a Comment