ଅପରାଧଓଡ଼ିଶା ଖବରନ୍ୟୁଜ୍

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଏବଂ ବିଅର ଜବତ, ୦୬ ଗିରଫ

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଏବଂ ବିଅର ଜବତ, ୦୬ ଗିରଫ

ଭଦ୍ରକ:-(ରିପୋର୍ଟ-ସୁଦ୍ଦେଶ ପରିଡ଼ା) ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ ଆରଡ଼ି, ବେତାଳିଗାଁ, ଲୁଣିଆ, ସହିଦନଗର, ଖପରପଦା, କୋରୁଆ, ଗୋବିନ୍ଦପୁର ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅର୍ଣ୍ଣପାଳ ଓ ହରିପୁର ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୧୩୮.୬୦୦ ଲିଟର ବିଅର, ୭୮.୮୪୦ ଲିଟର ବିଦେଶୀ ମଦ ଏବଂ ୧୨୫ ଲିଟର ଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ଆରଡ଼ି ଗ୍ରାମର ସୁଶୀଲ ଜେନା ଓ ଅମର ଦାସ, ଲୁଣିଆ ଗ୍ରାମର ଗିରିଧାରୀ ସେଠୀ, ସହିଦନଗର ଗ୍ରାମର ଗଜେନ୍ଦ୍ର ଜେନା, କୋରୁଆ ଗ୍ରାମର ବଳରାମ ମଳିକ ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିପୁର ଗ୍ରାମର ନିରଞ୍ଜନ ଦାସ । ଜବତ ମଦ ଓ ବିଅର ର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ମୁରଲୀ ପ୍ରଧାନ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

Related posts

ପୋଲିସ୍ ଦ୍ବାରା ନଷ୍ଟ କରାଗଲା ଜବତ ହୋଇଥିବା 5ଟନ୍ ବିସ୍ଫୋରକ

Odisha Halchal

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Odisha Halchal

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

Odisha Halchal

Leave a Comment