ଓଡ଼ିଶା ଖବରନ୍ୟୁଜ୍

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ଗଛରୁପଡି ଶ୍ରମିକର ମୃତ୍ୟୁ।ମୃତ ଶ୍ରମିକହେଲେ କଟକ ଜିଲ୍ଲା ସାଲେପୁରଥାନା ନାନ୍ଦୋଳ ଗ୍ରାମର ବିମ୍ବାଧର ଭୋଇ। ବୟସ ୫୫ ପରର ମୂଲ ଲାଗିଲେ ବିମ୍ବାଧର ପେଟ ପୋଶେ। ବିମ୍ବାଧର ମୂଲ ଲାଗିଲେ ପାଞ୍ଚପ୍ରାଣୀ କୁଟୁମ୍ବ ପୋଷେ। ବିମ୍ବାଧରଙ୍କ ପରିବାର ଏବେ ବେସାହାରା।

ବିମ୍ବାଧର ଆଜି ସ୍ଥାନୀୟ ସୌରୀ ଗ୍ରାମର ସୁଦାମ ସାମଲଙ୍କ ବାଡିରୁ ଏକ ଚାଖୁଣ୍ଡାଗଛରେ ଚଡି ଅତି ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

୫୫ବର୍ଷ ବୟସ୍କରେ ବିମ୍ବାଧର ଗଛରେ ଚଡି କାଠ କାଟୁଥିବାବେଳେ ସାଙ୍ଗରେ କୌଣସି ଶ୍ରମିକ ସୁରକ୍ଷା ଉପକରଣ ନନେଇ ନଥିବାର ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ କଣ ପାଇଁ ଶ୍ରମିକ ବିମ୍ବାଧରକୁ ଗଛରେ ଚଢାଇ ଗଛ ମାଲିକ କାଟିବା ଆଇନ ବିରୋଧୀ ହୋଇଥିଲାବେଳେ ପ୍ରଶାସନ ଏନେଇ ଦୃଡ଼ କାଯ୍ୟାନୁଷ୍ଠାନ ପାଇ ସାଧାରଣରେ ଦାବି ହୋଇଛି।

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ଗୋରୁ ବୋଝେଇ ଟ୍ରକକୁ ଜବତ କଲା ପୁଲିସ

Odisha Halchal

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

Odisha Halchal

Leave a Comment