ଓଡ଼ିଶା ଖବରନ୍ୟୁଜ୍

ବିଜେଡିର ଜନ ସଂପର୍କ ଯାତ୍ରା

ବିଜେଡିର ଜନ ସଂପର୍କ ଯାତ୍ରା

ସମ୍ବଲପୁର :- :(ରିପୋର୍ଟ :-ସତ୍ୟ ପ୍ରିୟ ମହାପାତ୍ର )ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପୁରୁଣା ଥାନା ପଡିଆରେ ବିଜେଡିର ୨୫ବର୍ଷର ସଫଳତା ନେଇ ଜନ ସଂପର୍କ ଯାତ୍ରା ଅଭିଯାନ ପାଇଁ ଆଜି ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ଯୋଗଦେଇ ସରକାରଙ୍କ ସଫଳତା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ।

ଏଥିସହ ବହୁ ପ୍ରତିକ୍ଷିତ ପାଟବନ୍ଧା ପୋଲ ଏବଂ ଆମ୍ବଲାଙ୍ଗ ପ୍ରଧାନମନ୍ତ୍ରୀ ରାସ୍ତାର ଶୁଭସ୍ତମ୍ବକୁ ପତାକା କରି ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋରଚନ୍ଦ୍ର ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ସଭାନେଟ୍ରୀ କୁମୁଦିନୀ ନାୟକ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେଡି ବ୍ଲକ ସଭାନେତ୍ରୀ ସ୍ନିଗ୍ଧା ପଟେଲ, ପଂଚାୟତ ସମିତି ଅଧ୍ୟକ୍ଷା ଆସ୍ରିତା ଭୋଇ, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଜୋନ ୨ ତନୟା ଧାରୁଆ, ଉପାଧ୍ୟକ୍ଷ ରୋହିତ ଭୋଇ ପ୍ରମୁଖ ମଞ୍ଚଶୀନ ଥିଲେ।

ସଭାକୁ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ମିଳନ ଖୁଣ୍ଟିଆ ପରିଚାଳନା କରିଥିଲେ। ସଭା କାର୍ଯ ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ମହିଳାଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲପରିଷଦ ସଭାପତି ଶିଭାରମ ପ୍ରଧାନ, ନବୀନ ପଟେଲ, ଚୂଡ଼ାମଣି ପଟେଲ, ଆଦିପ୍ରସଦ ମହକୁଲ, ସୁଦର୍ଶନ ଖୁଣ୍ଟିଆ, ରାଜୀବ ନାୟକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

Related posts

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

Odisha Halchal

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

Odisha Halchal

ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣା

Odisha Halchal

Leave a Comment