ଓଡ଼ିଶା ଖବରନ୍ୟୁଜ୍

ବାଜିଲା ପୌର ବିଗୁଲ: ମାର୍ଚ୍ଚ ୨୪ ନିର୍ବାଚନ୍ , ଦୁଇ ମହାନଗର ନିଗମରେ ଏଥର ଭୋଟ୍ ସ୍ଥଗିତ

ବାଜିଲା ପୌର ବିଗୁଲ ମାର୍ଚ୍ଚ ୨୪ ନିର୍ବାଚନ୍ , ଦୁଇ ମହାନଗର ନିଗମରେ ଏଥର ଭୋଟ୍ ସ୍ଥଗିତ

ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ । ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ ପାଇଁ ଭୋଟ । ପୌର ନିର୍ବାଚନ ନେଇ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

୨୪ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ଥିଲେ ୨୬ ତାରିଖରେ ହେବ ଭୋଟ ଗଣତି । ତେବେ ପୌର ନିର୍ବାଚନ ପାଇଁ ଫେବୃଆରୀ ୨୮ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ହେବ ।

ସେହିପରି ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଁ ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରାଯିବ । ୧୦୬ ଏନଏସି/ମ୍ୟୁନିସିପାଲିଟି, ୩ଟି ମହାନଗରରେ ନିର୍ବାଚନ ହେବ । ଏହାପରେ ଡେପୁଟି ମେୟର ଏବଂ ପୌର ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ ।

ତେବେ ୫୦ ହଜାର ଜନସଂଖ୍ୟା ଥିଲେ ସେଠାରେ କାଉନସିଲର ମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ଏବଂ ପୌରାଧ୍ୟକ୍ଷ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପି ୫୦ ହଜାରୁ ଅଧିକ ଭୋଟ ଥିଲେ ସେଠାରେ ୭୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ କାଉନସିଲମାନେ ଏବଂ ପୌରାଧ୍ୟକ୍ଷମାନେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

Related posts

ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ଵତଂନ୍ତ୍ର ଶିବିର

Odisha Halchal

ପ୍ରଗତିର ମଶାଲ ପଦଯାତ୍ରାରେ ଯୁବନେତା

Odisha Halchal

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

Leave a Comment