ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାଙ୍ଗାଲୋର ରେ ଦାଦନ ଶ୍ରମିକ ମୃତ,ମର ଶରୀରକୁ ଆଣିବାକୁ ପରିବାରର ଆକୁଳ ନିବେଦନ

ବାଙ୍ଗାଲୋର ରେ ଦାଦନ ଶ୍ରମିକ ମୃତ,ମର ଶରୀରକୁ ଆଣିବାକୁ ପରିବାରର ଆକୁଳ ନିବେଦନ

ନୂଆପଡା :-(ରିପୋର୍ଟ -ଚେତୁରାମ ପ୍ରଧାନୀ)କୋମନା ଥାନା କଣ୍ଟାପଲି ଗ୍ରାମର ଜଣେ ଦାଦନ ଶ୍ରମିକ ଗାଁ ଲୋକଙ୍କ ସହ ବାଙ୍ଗାଲୋର କୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତୁ ଘଟିଛି। ତାଙ୍କର କ୍ଷତବିକ୍ଷତମୃତ ଦେହ ଟ୍ରେନ ଲାଇନ କଡରୁ ଉଦ୍ଧାର ହୋଇଥିବା ଗତ କାଲି ପରିବାର ଲୋକେ ଖବର ପାଇଥିଲେ।

ମୃତ ଦେହ ବାଙ୍ଗାଲୋରରୁ ଗା କୁ ଆଣିବା ପାଇଁ ପରିବାର ର ସଦସ୍ୟସରକାର ଙ୍କ ନିକଟରେ ଅନୁରୋଧ କରିଛନ୍ତି। ପ୍ରକାଶ ଯେ 11 ବର୍ଷର ପୁଅ ଜୟସିଂ ହଂସ ରୋଗଗ୍ରସ୍ତ ପୁଅର ଉପଯୁକ୍ତ ଚିକିଷ୍ୟା ପାଇଁ ଅନେକ ଚେଷ୍ଟା କରିଥିଲେ ବଲମତ ହଂସ ।ଚିକିଷ୍ୟା ପାଇଁ ଅର୍ଥାଭାବ ହେବାରୁ ଗା ଲୋକଙ୍କ ସହ ଗତବର୍ଷ ବାଙ୍ଗାଲୋର ନିକଟ ଯସବନ୍ତପୁର କୁ କାମ କରିବା ପାଇଁ ଯାଇଥିଲେ।

ବଲମତ ଜଣେ ରାଜମିସ୍ତ୍ରୀ ତେଣୁ ସେ ଘର ନିର୍ମାଣ କାମ କରୁଥିଲେ ଏବଂ ପୁଅର ଚିକିତ୍ସା ପାଇଁ ପ୍ରତିମାସରେ ଟଙ୍କା ପଠାଉଥିଲେ ।ଗତ କାଲି ସନ୍ଧ୍ୟାରେ କର୍ଣ୍ଣାଟକ ପୋଲିସ କୁର ତୁର ନିକଟ ଟ୍ରେନ ଲାଇନ ରେ ବଲମତ ଙ୍କ କ୍ଷତ ବିକ୍ଷତ ମୃତ ଦେହ ପଡିଥିବା ସୂଚନା ଦେଇଥିଲେ ।ଏବେ ସେଠାକୁ ଯାଇ ସବ କେମିତି ଆଣିବେ ଚିନ୍ତାରେ ପରିବାର ଲୋକ ସ୍ତ୍ରୀ ନନ୍ଦିତା ହଂସ, ପୁଅ ଜୟସିଂ ହଂସ(11ବର୍ଷ),ଝିଅ ହିନେଶ୍ୱରୀ ହଂସ(9ବର୍ଷ) ବାପାର ମୃତଦେହ ଫେରିବାକୁ ଅନେଇ ବସିଛନ୍ତି ।

Related posts

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

Odisha Halchal

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

Odisha Halchal

Leave a Comment