ଓଡ଼ିଶା ଖବରନ୍ୟୁଜ୍

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ମେ ୧୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏହାସହିତ ୧୭ ତାରିଖରେ ପ୍ରତ୍ୟାହର କରାଯିବ । ସେହିପରି ଜୁନ ୩ ତାରିଖରେ ଭୋଟ ଗଣତି ହେବ ।

ତେବେ ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ସେହିପରି ମେ ୩୧ ତାରିଖରେ ଭୋଟ ଗ୍ରହଣ ହେବ । ଏହାସହିତ ଜୁନ ୩ ତାରିଖରେ ଭୋଟ ଗଣତି କରାଯିବ ।

କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ବ୍ରଜରାଜନଗର ଆସନ । ତେବେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଦୀର୍ଘ ୨୪ ବର୍ଷ ପରେ ବଜ୍ରରାଜନଗରରେ ପୁଣଇ ଥରେ ଉପନିର୍ବାଚନ ହେବାକୁ ଯାଉଛି । ତତକାଳୀନ ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଏଠାରେ ପ୍ରଥମ କରି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏଥର କିଶୋର ମହାନ୍ତିଙ୍କ ବିୟୋଗ ପରେ ମେ ୩୧ରେ ଦ୍ୱିତୀୟ ଥର ପାଇଁ ଉପନିର୍ବାଚନ ହେବାକୁ ଯାଉଛି ।

Related posts

ପାଟ୍ରୋଲିଂ ବେଳେ ପୁଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

Odisha Halchal

ଗିରଫ ହେଲା ହନିଟ୍ରାପ କୁଇନ୍ ଅର୍ଚ୍ଚନାର ସ୍ୱାମୀ

Odisha Halchal

ରାୟଗଡାରେ ହେବ ରଜ କ୍ୱିନ୍ ସିଜନ୍ -୧ ପ୍ରତିଯୋଗିତା

Odisha Halchal

Leave a Comment