ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍ବିଶେଷ ଖବର

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ସକାଳ ୫ଟା ୩୦ରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି ।

ଏହାର ପ୍ରଭାବରେ ସମାନ ଅଞ୍ଚଳରେ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହା ବାତ୍ୟାର ରୂପ ନେବ କି ତାହା ଏବେ ଠାରୁ କହିହେବ ନାହିଁ । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଯାଇ ବାତ୍ୟା ନେଇ ସ୍ପଷ୍ଟ ଆକଳନ କରିହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Related posts

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

2023 ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି

Odisha Halchal

୧୫୦୦୦ ଫୁଟ ଉଚ୍ଚତାରେ ଗଣତନ୍ତ୍ର ଦିବସ ପାଳନ

Odisha Halchal

Leave a Comment