ଓଡ଼ିଶା ଖବରନ୍ୟୁଜ୍

ପ୍ରାପ୍ତ ବୟସରେ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ପ୍ରାପ୍ତ ବୟସରେ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

ଭତ୍ତା ପାଇଁ ହଟ୍ଟହଟ୍ଟା ସ୍ବାଭିମାନ ଅଞ୍ଚଳ ବାସିନ୍ଦା। ଗରିବ ଦୁଃଖୀ ଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ଅନେକ ଯୋଜନା । ହେଲେ ଯୋଜନା ଠାରୁ ହିତାଧିକାରୀ ବହୁ ଦୂରରେ । ପ୍ରକୃତ ହିତାଧକାରୀ ଆଜି ବି ସରକାରୀ ସୁବିଧାରୁ ବଂଚିତ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ସ୍ଵାଭିମାନ ଅଞ୍ଚଳ ବସିନ୍ଧା କରୁଛନ୍ତି ସଂଘର୍ଷ ।

ଗୁରପ୍ରିୟା ସେତୁ ନିର୍ମାଣ ପରେ ସ୍ଵାଭିମାନ ଅଞ୍ଚଳର ବିକାଶ ଧାରା ବଢିବାରେ ଲାଗିଛି ସତ। ତାହା ବାବଦରେ ମଧ୍ୟ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଏ ଚିତ୍ର ହେଉଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ଗ୍ରାମର। ଗତ ଅଗଷ୍ଟ ମାସ ୨୦୨୧ ମସିହା ତୋଟାଗୁଡା ଗ୍ରାମର ୧୪ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନାମ ପଞ୍ଜୀକୃତ କରିଥିଲେ। ତେବେ ପଂଚାୟତ ଅଧିକାରୀ ଙ୍କର ମଣମାନି ଯୋଗୁଁ। ଆଜି ସୁଦ୍ଧା ପଞ୍ଜୀକୃତ କରାଯାଇ ଥିବା ୧୪ ଜଣ ହିତାଧିକାରୀଙ୍କ ମିଳିନି ଭତ୍ତା ଟଙ୍କା ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ହିତାଧିକାରୀ।

ତୋଟାଗୁଡା ଗ୍ରାମଟି ପୂର୍ବରେ ଅଣ୍ଡ୍ରାପଲ୍ଲୀ ପଂଚାୟତ ଅଧିନରେ ଥିବା ହେତୁ, ଗାଁ ରେ ପହଞ୍ଚି ପାରିନଥିଲା ସରକାରଙ୍କ ମୌଳିକ ଯୋଜନା । ବର୍ତମାନ ଏହି ଗାଁ ଗୁଡିକ ନୂତନ ପଞ୍ଚାୟତ ଜନ୍ତ୍ରୀ ସହ ଯୋଡି ହେବା ପରେ ମଧ୍ୟ ପୂର୍ବ ଭଳି ଅବସ୍ଥାରେ ପଡି ରହିଛି । ୫୦୦ ଟଙ୍କା ଭତ୍ତା ପାଇଁ ବାରମ୍ବାର ଧାଉଁ ଛନ୍ତି ଅଫିସ କାର୍ଜ୍ୟାଳୟ କୁ, ହେଲେ ମଧ୍ୟ ମିଳୁନାହିଁ ଭତ୍ତା ଟଙ୍କା । ରୋଜଗାର ପାଇଁ ଅନ୍ୟ କିଛି ଉପାୟ ନଥିବାରୁ ବୃଦ୍ଧ ବୟସରେ ମଧ୍ୟ କୁଲି ମଜୁରୀ କରି, ପରିବାରର ଭରଣ ପୋଷଣ କରିବାକୁ ପଡ଼ୁଛି। ତେବେ କେବେ ସରକାର ଯୋଗାଇବାକୁ ସଫଳ ହେଉଛନ୍ତି ବାର୍ଦ୍ଧକ୍ୟଭତ୍ତା, ତାହାହିଁ ଦେଖିବାକୁ ବାକି।

Related posts

ସିସିଟିଭି ରେ କଏଦ ହେଲା ମୋବାଇଲ ଚୋରିର ଦୃଶ୍ୟ

Odisha Halchal

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

Odisha Halchal

Leave a Comment