ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ପ୍ରଥମ ଥର ଅନସ୍କ୍ରିନ୍‌ ରୋମାନ୍ସ କରିବେ ଇଶାନ୍‌-ତାରା

ଅପ୍‌କମିଙ୍ଗ ଫିଲ୍ମ ‘ନେଚର୍‌ ୪ ନେଚର୍‌’ରେ ଈଶାନ ଖଟ୍ଟରଙ୍କ ସହ ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ ଅଭିନେତ୍ରୀ ତାରା ସୁତାରିଆ । ଏନେଇ ସୋସିଆଲ ମିଡିଆରେ ଫିଲ୍ମର ଟିଜର୍‌ ସେ ଜାରି କରିଛନ୍ତି । ଭିଡିଓ ଶେୟାର କରି ଉଲ୍ଲେଖ କରିଛନ୍ତି ‘ପ୍ରକୃତି ଏହାର ସୃଷ୍ଟିର ଭଣ୍ଡାର ଉନ୍ମୋଚନ କରିବାକୁ ଯାଉଛି… ପ୍ରକୃତି ସହ ଏକ ହେବାକୁ ଆପଣ ପ୍ରସ୍ତୁତ ତ? ଅଧିକ ଜାଣିବାକୁ ଯୋଡ଼ି ହୋଇ ରୁହନ୍ତୁ। ଚଳିତ ମାସ ୩୧ ତାରିଖରେ ଫିଲ୍ମର ପ୍ରିମିୟର ହେବ ବୋଲି ମଧ୍ୟ ସେ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି । ଟିଜର୍‌ରେ ଦୁଇ ପ୍ରକାର ଦୃଶ୍ୟ ଏକ ସଙ୍ଗେ ଦେଖିବାକୁ ମିଳିଛି।

ଉଭୟ ତାରା ଓ ଈଶାନ ବିଶାଦ ମନରେଏକ ଅଫିସ୍‌ ଭିତରକୁ ପ୍ରବେଶ କରୁଛନ୍ତି । ଉଭୟ ଏକ ଦ୍ୱାର ସଂସ୍ପର୍ଶରେ ଆସୁଛନ୍ତି, ଯାହା ବାହାରକୁ ଯାଇଛି । ଏହା ସେମାନଙ୍କୁ ପ୍ରକୃତିର ଚମତ୍କାର ଦୁନିଆକୁ ନେଇଯାଇଛି । ୟଶ୍‌ ବିର୍ଲା ଭେନ୍‌ଚର୍ସ ଅଧୀନରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆନନ୍ଦ ପଣ୍ଡିତ । ଫିଲ୍ମରେ ସାମିଲ ହେବା ବିଷୟରେ ତାରା କହିଛନ୍ତି, ଏହା ଜରିଆରେ ପ୍ରକୃତିର ଅନ୍ୱେଷଣ ଅସାଧାରଣ ଭାବେ ଏକ ଚମତ୍କାର ଅନୁଭବ ଥିଲା ।

୩୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ ।ନିକଟରେ ମୁକ୍ତିପ୍ରାପ୍ତ ମୋହିତ ସୁରୀଙ୍କ ଆକ୍ସନ୍‌-ଥ୍ରିଲର୍‌ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ର ସଫଳତାକୁ ନେଇ ତାରା ଏବେ ଆକାଶରେ ଉଡୁଛନ୍ତି । ପୁଣି ଏକ ଥ୍ରିଲର୍‌ ଫିଲ୍ମ ‘ଅପୂର୍ବ’ରେ ସେ ନଜର ଆସିବେ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ନାଗେଶ ଭଟ । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ମୁରାଦ ଖେତାନି ଓ ବିକ୍ରମ ଦୁଗଲ ।

Related posts

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

Odisha Halchal

ପୁଣି ଜରିମାନା ଗଣିବ ଗୁଗଲ୍‌, ସପ୍ତାହରେ ଦୁଇ ଥର ଗଣିଲାଣି ଦୁଇ ହଜାର କୋଟି

Odisha Halchal

Leave a Comment