ଅପରାଧଓଡ଼ିଶା ଖବରନ୍ୟୁଜ୍

ପୌରାଧ୍ୟକ୍ଷାଙ୍କ ଘରେ ବୋମାମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ପୌରାଧ୍ୟକ୍ଷାଙ୍କ ଘରେ ବୋମାମାଡ଼ ଘଟଣା, ୨ଜଣଙ୍କୁ ବାନ୍ଧିଲା ପୋଲିସ

ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ଼ ଘଟଣାରେ ଆକ୍ସନ । ଘଟଣାରେ ୨ଜଣଙ୍କୁ ଗିରଫ କଲା ଟାଉନ୍‌ ଥାନା ପୋଲିସ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଆରଦା ଗାଁରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ହେଲେ ପାଣ୍ଡେ ଓରଫ ବିଶ୍ୱଜିତ ବେହେରା ଓ ଟିଟୁ ସାହୁ ।

ଖବର ଅନୁଯାୟୀ, ଗତ ୯ତାରିଖ ରାତିରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସିମିଳିଆ ସ୍ଥିତ ବାସ ଭବନ ଉପରେ ବୋମା ମାଡ଼ କରିଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଏପିରିକି ବିରୋଧୀ ଓ ଶାସକ ଦଳ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଥିଲା ।

ଏପଟେ ସୋମବାର ଦିନ ବୋମାମାଡ଼ ପ୍ରସଙ୍ଗରେ ପୋଲିସ ଡିଜିଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏବେ ଏହି ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୋମାମାଡ଼ ଘଟଣାରେ ୫ଜଣରୁ ଅଧିକ ଲୋକ ସାମିଲ ଥିବା ସୂଚନା ମଧ୍ୟ ରହିଛି ।

Related posts

ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

Odisha Halchal

ପୁଣି ଦେଖା ହବ ଆର ଜନମରେ

Odisha Halchal

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

Odisha Halchal

Leave a Comment