ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ କବଜାରେ ପାଣିପମ୍ପ ଚୋର

ପୋଲିସ କବଜାରେ ପାଣିପମ୍ପ ଚୋର

ଖପ୍ରାଖୋଲ:-(ରିପୋର୍ଟ -ଅଭିନାଶ ବିଶ୍ୱାଳ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଦାନାମାଲ ଗ୍ରାମର ବୈତାଳୁ ଭୁଏ ଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ଯବହାର ହେଉଥିବା 3 ଏଚପି ର ଗୋଟିଏ ପାଣିପମ୍ପ ଗତ 9/07 ତାରିଖ କେହି ଚୋରୀ କରି ନେଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇ ଥିଲା।

ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ପୁଲିସ ତନାଘନା ଆରମ୍ଭ କରିଥିଲା l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୁଲିସ ସୋମବାର ଦିନ 10:30 ରେ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ମହରାପଦର ଗ୍ରାମର ଅଜିତ କୁମ୍ଭାର(23), ବନମାଲ ଗ୍ରାମର ଗୋବିନ୍ଦ ବଢିଆ (22) ଏବଂ ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗ ବୋଲି ଜଣାପଡିଛି।

ଅଭିଯୁକ୍ତଙ୍କ ଠାରୁ ଚୋରୀ ହୋଇଥିବା ପାଣିପମ୍ପ ଜବତ ହୋଇଛି। ଏ ନେଇ ଖପ୍ରାଖୋଲ ଥାନା କେସ ନଂ 90/22 ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚାଲିବା ସହ ଅଭଯୁକ୍ତ ଙ୍କୁ କୋର୍ଟ ଚାଲାଣା କରିଥିବା କେସ ତଦନ୍ତ ଅଧିକାରୀ ସେୱାନ କେରକେଟା ପ୍ରକାଶ କରିଛନ୍ତି।

Related posts

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

Odisha Halchal

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି

Odisha Halchal

Leave a Comment