ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ନରଗାଙ୍ଗ କାଜୁ ଜଙ୍ଗଲରେ ନିଆଁ

ନରଗାଙ୍ଗ କାଜୁ ଜଙ୍ଗଲରେ ନିଆଁ

ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ଗ୍ରାମ ସନ୍ନିକଟ ବଡ଼ତଇଲା କାଜୁ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ରେ ଲକ୍ଷ୍ୟାଧିକ ଟଙ୍କା ମୂଲ୍ୟର କାଜୁ ଗଛ ପୋଡିଯାଇଥିବା ଜଣାଯାଇଛି ।

ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ମଧ୍ୟରେ ବସକରୁଥିବା ବହୁ ପକ୍ଷୀ ଏବଂ ବିଲୁଆ, ନେଉଳ, ଠେକୁଆ ଆଦି ପଶୁ ଙ୍କ ପ୍ରାଣହାନୀ ଘଥିବା ଅନୁମାନ କରାଯାଉଛି। ଖବର ପାଇ ଵାଙ୍କୀ ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ।

ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ନଥିବାରୁ ଘଟଣାସ୍ଥଳରେ ଅସନ୍ତୋଷ ଦେଖା ଦେଇଛି। ଉକ୍ତ ଅଗ୍ନିକାଣ୍ଡରେ ପ୍ରାୟ ଦୁଇ ଏକରରୁ ଉର୍ଦ୍ଧ୍ବ କାଜୁ ଗଛ ଜଳିଯାଇଥିବା ବେଳେ ଲକ୍ଷ୍ୟାଧିକ ଟଙ୍କା ମୂଲ୍ୟର କାଜୁ ନଷ୍ଟ ହୋଇଥିବା ଜଣାଯାଇଛି ।

Related posts

ହିନ୍ଦୀ ମହାଭାରତରେ ଓଡ଼ିଆ ମହାଭାରତର ପ୍ରଭାବ କେତେ?

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ବସକୁ ମାଡି ଯାଇଥାନ୍ତା ଟ୍ରେନ

Odisha Halchal

Leave a Comment