ଅପରାଧଦେଶ ବିଦେଶନ୍ୟୁଜ୍

ନର ବଳି ପରେ ରାନ୍ଧି ଖାଇଲେ ଶବକୁ

ନର ବଳି ପରେ ରାନ୍ଧି ଖାଇଲେ ଶବକୁ

ରାତାରାତି ଧନୀ ହେବାପାଇଁ ଆପଣାଇଲେ କଳାଯାଦୁ: ନର ବଳି ପରେ ରାନ୍ଧି ଖାଇଲେ ଶବକୁ…ନର ପିଶାଚଙ୍କୁ ଘାରିଥିଲା ଧନୀ ହେବାର ଲୋଭ । ଆହୁରି ରହିଥିଲା ଚିରଯୌବନ ପାଇବାର ମୋହ । ଏଥିପାଇଁ ଆପଣାଇଥିଲେ କଳାଯାଦୁ । କଳାଯାଦୁ ପାଇଁ ନରବଳି ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା କଥା ବଳି ପରେ ଶବକୁ ରାନ୍ଧି ଖାଇବାକୁ ବି ପଛାଇନଥିଲେ ଏହି ନରପିଶାଚ । ଏଭଳି ଏକ ଲୋମହର୍ଷକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କେରଳରେ । ଯାହାକୁ ନେଇ ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଅର୍ଥ ପାଇଁ କେରଳରେ ଦୁଇ ଦୁଇଟି ନରବଳି । ଏହି ଘଟଣାରେ ଗିରଫ ୩ ଅଭିଯୁକ୍ତ ହେଲେ ସ୍ଥାନୀୟ ମସାଜ୍ ଥେରାପିଷ୍ଟ୍ ଭଗବଲ ସିଂହ, ତାଙ୍କ ପତ୍ନୀ ଲୈଲା ଏବଂ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶାଫି ଓରଫ୍ ରସିଦ୍ । ଆଉ ହତ୍ୟାର ଶିକାର ହୋଇଛନ୍ତି ଏର୍ଣ୍ଣାକୁଲମ ଜିଲ୍ଲା ପନ୍ନୁରୁନିର ପଦ୍ମା ଏବଂ ଅଙ୍ଗମାଲି ନିକଟ କଲାଡ଼ିର ରୋଜ୍ଲି । ପୋଲିସର ସୂଚନା ଅନୁସାରେ, ଭଗବଲ ଓ ଲୈଲାଙ୍କୁ ରାତାରାତି ଧନୀ ହେବାର ଲୋଭ ଦେଖାଇ, ନରବଳି ପାଇଁ ମୁଣ୍ଡ ଯୋଗାଇ ଦେବାକୁ ୧୦ ଲକ୍ଷ ଟଙ୍କା ନେଇଥିଲା ଶାଫି ।

ଅନ୍ୟପଟେ ଲଟେରି ଟିକେଟ୍ ବିକୁଥିବା ପଦ୍ମା ଓ ରୋଜଲିଙ୍କୁ ଅଶ୍ଳୀଳ ଫିଲ୍ମରେ ଅଭିନୟର ସୁଯୋଗ ଦେବ କହି ପ୍ରଲୋଭିତ କରିଥିଲା । ପରେ ଅପହରଣ କରି ଭଗବଲଙ୍କ ଘରକୁ ନେଇଆସିଥିଲା । ସେଠାରେ କଳାଯାଦୁ ପୂଜାପାଠ ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା । ପଦ୍ମା ଓ ରୋଜ୍ଲିଙ୍କୁ ହତ୍ୟା କରାଯିବା ପୂର୍ବରୁ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା, ଆଉ ତାପରେ ନୃଶଂସ ଭାବେ ଜୀବନ ନେଇଥିଲେ ନରରାକ୍ଷସ ମାନେ । ଗୋଟିଏ ମୃତଦେହକୁ ୫୬ ଖଣ୍ଡରେ କଟାଯାଇଥିବା ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ, ଚିରଯୌବନ ପାଇବାକୁ କିଛି କଟା ମାଂସକୁ ଅଭିଯୁକ୍ତ ଦଂପତି ରାନ୍ଧି ଖାଇଥିବା ମଧ୍ୟ ଅନୁମାନ କରୁଛି ପୋଲିସ । ଆଉ ଭଗବଲଙ୍କ ଘର ବାଡ଼ିପଟେ ୩ଟି ଗର୍ତ୍ତରେ ପୋତାଯାଇଥିଲା ଶରୀରର କିଛି ଅଂଶ । ଯାହାକୁ ଜବତ କରିଛି ପୋଲିସ ।

ଘଟଣାର ମାଷ୍ଟରମାଇଣ୍ଡ ଶାଫି ଜଣେ ସାଇକୋପାଥ୍ ଓ ସ୍ୟାଡିଷ୍ଟ୍ ବୋଲି କହିଛି ପୋଲିସ । ଅର୍ଥାତ୍ ସେ ଯୌନ ବିକାରଗସ୍ତ ଥିଲା ଏବଂ ମହିଳାମାନଙ୍କୁ ମରିବା ଯାଏଁ ଶାରିରୀକ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଦେଇ ସୁଖ ପାଉଥିଲା । ୨୦୨୦ରେ ଶାଫି ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ସହିତ ଗୁପ୍ତାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିଥିଲା । ଚାଞ୍ଚଲ୍ୟକର କଥା ହେଉଛି, ନରବଳିର ଶିକାର ହୋଇଥିବା ୨ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ମଧ୍ୟ ସମାନ ପ୍ରକାର କ୍ଷତ ଚିହ୍ନ ଠାବ ହୋଇଛି । ନରବଳି ମାମଲାକୁ ଛାଡ଼ି ଶାଫି ବିରୋଧରେ ଆହୁରି ୮ଟି ମାମଲା ରୁଜୁ କରିଛି ପୋଲିସ । ଗିରଫଦାରୀ ପରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Related posts

ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Odisha Halchal

ଚାଲାଣ ସମୟରେ ମ୍ୟାକ୍ସ ପିକ୍ ଅପ ସହ ୧୦୮୯ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

Odisha Halchal

କ୍ୟାମେରାମ୍ୟାନ୍ ହତ୍ୟା ମାମଲା ରିମାଣ୍ଡରେ ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ

Odisha Halchal

Leave a Comment