ଅପରାଧଓଡ଼ିଶା ଖବରନ୍ୟୁଜ୍

ଚାଲାଣ ସମୟରେ ମ୍ୟାକ୍ସ ପିକ୍ ଅପ ସହ ୧୦୮୯ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ଚାଲାଣ ସମୟରେ ମ୍ୟାକ୍ସ ପିକ୍ ଅପ ସହ ୧୦୮୯ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ

ରାୟଗଡା :-(ରିପୋର୍ଟ-ପ୍ରସାଦ ସାହୁକାର)ପଦ୍ମପୁର ଥାନା ଅନ୍ତର୍ଗତ ମାର୍ଦୀଗୁଡ଼ା ନିକଟରେ ପଦ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ ଙ୍କ ନେତୃତ୍ୱରେ ସଦଳବଳେ ପୋଲିସ କର୍ମଚାରୀ ଙ୍କ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ମ୍ୟାକ୍ସ ପିକଅପ ସହିତ ଚାଲାଣ ହେଉଥିବା ୧୦୮୯ କେଜି ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତି ଥିବା ଆନନ୍ଦ ମାଝୀ ନାମକ ଅଭିଯୁକ୍ତ ଘର ଗଜପତି ଜିଲ୍ଲା ଆର ଉଦୟଗିରି ଦୁଲିପଙ୍କଳ ,ନିଧି ଗୁଡ଼ି ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପଦ୍ମପୁର ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଏହି ତିନି ଜଣ ବ୍ୟକ୍ତି ପଦ୍ମପୁର ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଗାଡି ରେ ଗଜପତି ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ବୋଝେଇ କରି ରାୟଗଡା ଚାଲାଣ କରୁଥିବା ବେଳେ ପୋଲିସ କୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ କିନ୍ତୁ କିଛି ବାଟ ଆଗକ୍ଜ ଯିବା ପରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଚାଲି ଯାଇଥିଲା ସେଠାରୁ ଦୁଇ ଜଣ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଥିଲେ ହେଁ ଜଣେ ପୋଲିସ ହାତରେ ଧରା ପଡିଯାଇଥିଲା ଓ ଏଥିରେ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ ସୂଚନା ଦେଇଛନ୍ତି।

ଅଭିଯୁକ୍ତ ବିରୁଦ୍ଧରେ ପଦ୍ମପୁର ଥାନା କେସ ନମ୍ବର -୫୧/୨୧:୪:୨୦୨୨ଅନୁଯାୟୀ U/s 20(b) (ii) (C) 25/27-A/29 NDPS ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଅଭିଯୁକ୍ତ ପାଖରୁ ଓଡି ୦୭ ଏଚ ୬୧୧୨ ନମ୍ବର ବିଶିଷ୍ଟ ମ୍ୟାକ୍ସ ପିକଓପ ସହିତ ଏକ ହଜାର ଅଣାନବେ କିଲୋଗ୍ରାମ ଓଜନ ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛନ୍ତି,ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡ଼ିଆ ସୂଚନା ଦେଇଛନ୍ତି ।

Related posts

୨୪ ତାରିଖ ଯାଏଁ ପ୍ରବଳ ବର୍ଷା, ଉତ୍ତର ଓ ଦକ୍ଷିଣରେ ପ୍ରବଳ ଛେଚିବ

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ପୁଟଘର ଗ୍ରାମ

Odisha Halchal

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

Odisha Halchal

Leave a Comment