ଓଡ଼ିଶା ଖବରନ୍ୟୁଜ୍

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ,କାଲି ରାତିରେ କାମୁଡ଼ିଥିଲା ବିଷଧର ସାପ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ,କାଲି ରାତିରେ କାମୁଡ଼ିଥିଲା ବିଷଧର ସାପ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଛି । କାଲି ସନ୍ଧ୍ୟାରେ ଗୋଟିଏ ବିଷଧର ସାପ କାମୁଡ଼ିଥିବାରୁ ଚିକିତ୍ସା କରାଯାଇଥିଲା ।

ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ । ଖୁଆଡ ଭିତରେ ବିଷାକ୍ତ ସର୍ପ ଦଂଶନ କରିଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି । ଖବର ଅନୁଯାୟୀ, ନନ୍ଦନକାନନର ଖୁଆଡ଼ ନମ୍ବର ୩୦ (ଖ)ରେ ରହୁଥିବା ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଛି ।

ଖୁଆଡ଼ ଭିତରେ ବିଷାକ୍ତ ସାପର ଦଂଶନରେ ସିଂହର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।ସିଂହର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଏବେ ଏହି ଆଫ୍ରିକୀୟ ସିଂହର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି ।

Related posts

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

Odisha Halchal

ଧିରେ ଧିରେ କମିଯିବ ଶୀତ, ୯ ତାରିଖ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

Odisha Halchal

ଥମୁନି ଧଳାଜହର କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

Odisha Halchal

Leave a Comment