ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସୁନ୍ଦରଗଡ :-(ରିପୋର୍ଟ -ସୁରଜ ପ୍ରତାପ ମହାନ୍ତି)ଵଣାଇ ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ସମୟରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସରକାରଙ୍କ ଠାରୁ ଆସିଥିବା ବିଭିନ୍ନ ଅନୁଦାନ ଅର୍ଥକୁ କାର୍ଯ୍ୟରେ ବିନିଯୋଗ କରାନଯାଇ ସମସ୍ତ ଅର୍ଥକୁ ହଡ଼ପ କରିଥିବା, ବିଭିନ୍ନ ସମୟରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇ ଆସୁଥିଲା ମନରେଗା କାର୍ଯ୍ୟ ଠାରୁ ଆରମ୍ଭ କରି, ବିଜୁ ପକ୍କା ଘର, କଂକ୍ରିଟ ରାସ୍ତା ନିର୍ମାଣ, ପୋଖରୀ ଉନ୍ନତି କରଣ, ନଳକୂପ ଖନନ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ମିଥ୍ୟା ଭାଉଚର ତିଆରି କରି ଫଲ୍ସ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି ।

ଚଢ଼ାଉ ବେଳେ ବିଭାଗୀୟ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗତ ପାଞ୍ଚ ବର୍ଷର ସଠିକ ଫାଇଲ୍ ପତ୍ର ଦାଖଲ କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି । ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ସମ୍ପୁର୍ଣ୍ଣ କାଗଜ ପତ୍ର ଦାଖଲ କରିବା ନିମନ୍ତେ ତାଗିଦ୍ କରି, ଅନ୍ୟାନ୍ୟ ଫାଇଲ୍ ସହିତ, ବ୍ୟାକଂ ସମ୍ବନ୍ଧିୟ ସମସ୍ତ କାଗଜପତ୍ର ଜବତ କରିଥିଲେ, ଚଢ଼ାଉରେ ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିବା ଜଣାପଡିଛି ।

Related posts

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

Odisha Halchal

SUJ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ

Odisha Halchal

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର

Odisha Halchal

Leave a Comment