ଓଡ଼ିଶା ଖବରନ୍ୟୁଜ୍

ଦୀର୍ଘ ପଚିଶ ବର୍ଷ ପରେ ନୂଆପଡା ବିଧାନସଭା କ୍ଷେତ୍ରରୁ କ୍ୟାବିନେଟ ମନ୍ତ୍ରୀ

ଦୀର୍ଘ ପଚିଶ ବର୍ଷ ପରେ ନୂଆପଡା ବିଧାନସଭା କ୍ଷେତ୍ରରୁ କ୍ୟାବିନେଟ ମନ୍ତ୍ରୀ

ନୂଆପଡା:-(ରିପୋର୍ଟ -ଚେତୁରାମ ପ୍ରଧାନୀ)ଦୀର୍ଘ ପଚିଶ ବର୍ଷ ପରେ ନୂଆପଡା ବିଧାନସଭା କ୍ଷେତ୍ରରୁ କ୍ୟାବିନେଟ ମନ୍ତ୍ରୀ ପଦ ପାଇଲେ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ। ନୂଆପଡା ଏକ ଉପାନ୍ତ ଜିଲ୍ଲା ଅଟେ.ରାଜ୍ୟ ସରକାରଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ଯୋଗୁଁ ନୂଆପଡା ବିଧାନସଭା କ୍ଷେତର ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଜନା ଓ ସମନ୍ୱୟ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିଛି।

ସେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି।ଢୋଲକିଆ ମହାଶୟ ଜଣେ ସମାଜସେବୀ ହିସାବରେ ଜିଲ୍ଳାରେ ଖ୍ୟାତି ଅର୍ଜନ କରି ବିଧାୟକ ପଦରେ ତିନିଥର ବିଜୟୀ ଲାଭ କରିଛନ୍ତି. ଜିଲ୍ଳାରେ ସମାଜସେବା ଓ ପରୋପକାରୀ ଭାବରେ ତାଙ୍କର ସୁନାମ ଓ ଯଶ ରହିଛି।

ତେଣୁ ମନ୍ତ୍ରୀ ପଦ ଅଳଙ୍କୃତ ହେବାପରେ ଜିଲ୍ଳାର ବୁଦ୍ଧିଜିବି, ଜନସାଧାରଣ, ଦଳୀୟ କର୍ମୀ ମାନଙ୍କ ମଧ୍ୟ୍ୟରେ ପ୍ରଶଂସା ଓ ଲହରୀ ଦେଖାଦେଇଛି. ଶ୍ରୀ ଢୋଲକିଆ ମହୋଦୟଙ୍କୁ ଅଭିନନ୍ଦନ ଓ ଆଶୀର୍ବାଦ ଢେର ମିଳୁଛି.ତାଙ୍କ ସମର୍ଥକ ଓ ଦଳୀୟ କର୍ମୀମାନେ ବାଣଫୁଟାଇ, ରଙ୍ଗର ହୋଲି ଖେଳି ଖୁସିରେ ମସଗୁଲ ହେଉଛନ୍ତି।

Related posts

ଆଜି ପବିତ୍ର ମହାଶିବରାତ୍ରି; କରନ୍ତୁ ନାହିଁ ଏହି ୬ଟି କାମ, ଶିବଲିଙ୍ଗ ଉପରେ ଚଢ଼ାନ୍ତୁନି ଏହି ଜିନିଷ

Odisha Halchal

ଭୋଟ୍ ଗ୍ରହଣ ସମୟରେ ଟଙ୍କା ବାଣ୍ଟିବା ଅଭିଯୋଗ, ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

Odisha Halchal

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

Odisha Halchal

Leave a Comment