ଓଡ଼ିଶା ଖବରନ୍ୟୁଜ୍

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

ମାଲକାନଗିରି:- ତାରିଖ ୧୯/୦୫/୨୦୨୨( ରିପୋର୍ଟ, ସୁକୁମାର ମଣ୍ଡଳ) କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତ ଗୋଟିଏ ବଡ଼ ଗ୍ରାମ ପଞ୍ଚାୟତ ଅଟେ। ଏହା ଗୋଟିଏ ଆଦିବାସୀ ବହୁଳ ଅଞ୍ଚଳ ଅଟେ। ଏହି ପଞ୍ଚାୟତର ପାଖ ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ପଞ୍ଚାୟତ ମଧ୍ୟରେ ୭ ଗୋଟିଏ ଗ୍ରାମ ଅଛି।

ଏହି ଅଞ୍ଚଳର ଅଧିକରୁ ଅଧିକ ଲୋକ ଗରୀବ ଅଟେ। ମୂଖ୍ୟ ରାସ୍ତା ଠାରୁ ଗ୍ରାମ ଗୁଡ଼ିକ ବହୁ ଦୂରରେ ଅବସ୍ଥିତ। ଏତେ ଗରମ ମଧ୍ୟରେ ଲୋକମାନେ ଦୂର ଦୂରଦୂରାନ୍ତକୁ ଯିବା ପାଇଁ କାଙ୍ଗୁରକୋଣ୍ଡା ଛକରେ ଆସି ବସନ୍ତି।ଖରା ଭିତରେ ଆସି ଟୋପେ ଥଣ୍ଡା ପାଣି ପାଇଁ ଟହଳ ବିକଳ ହୁଅନ୍ତି। ଏହି ସମସ୍ୟା କାଙ୍ଗୁରୁକୋଣ୍ଡା ଭି,ଏଲ୍ ଡବ୍ଲୁ ମନୋଜ ‌ କୁମାର ଟାଙ୍ଗୁଲଙ୍କ ଆଖିରେ ପଡ଼ିବା ପରେ ସାଙ୍ଗେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଲେ।

ତାଙ୍କ ଫଣ୍ଡରୁ ଏକ ଥଣ୍ଡା ପାନୀୟ ଜଳର ମେସିନ କିଣି ଏହି ସମସ୍ୟାର ତୁରନ୍ତ ସମାଧାନ କଲେ। ଯାହାଦ୍ଵାରା ଲୋକମାନେ ଟିକିଏ ଥଣ୍ଡା ପାନୀୟ ଜଳ ପିଇବାକୁ ପାଇଲେ ଏବଂ ସେମାନଙ୍କ ଜଳ କଷ୍ଟକୁ ଲାଘବ କରି ପାରିଲେ। ବିଭିନ୍ନ ବୁଦ୍ଧିଯିବି ମହଳରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ଧନ୍ୟ ଧନ୍ୟ କଲେ।

Related posts

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

Odisha Halchal

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ ସହ ବୋମାମାଡ

Odisha Halchal

Leave a Comment