ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଡ୍ରାଗନକୁ ଡରାଇଲାଣି କରୋନା, ଶାଙ୍ଘାଇରେ ଲକ୍‌ଡାଉନ୍‌

ଡ୍ରାଗନକୁ ଡରାଇଲାଣି କରୋନା, ଶାଙ୍ଘାଇରେ ଲକ୍‌ଡାଉନ୍‌

କରୋନାର ଉତ୍ପତି ସ୍ଥଳ ଚୀନ୍‌ରେ ଏହି ମହାମାରୀକୁ ନେଇ ଲୋକେ ଛାନିଆ। ଡଗ୍ରାନକୁ ଡରାଇଲାଣି କୋଭିଡ-୧୯। ଏଠାରେ ତାଣ୍ଡବ ରଚିଛି କରୋନା। ଫେଲ୍‌ ମାରିଛି ଚୀନ୍‌ର ଜିରୋ କୋଭିଡ ପଲିସି। ଏଠାରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମ ମାମଲା। ରେକର୍ଡ ପରିମାଣର କୋଭିଡ୍‌-୧୯ ସଂକ୍ରମଣ ମାମଲା ଚିହ୍ନଟ ଯୋଗୁ ୨୬ ନିୟୁତ ଲୋକ ବସବାସ କରୁଥିବା ବୃହତ୍ତମ ନଗରୀ ଶାଙ୍ଘାଇରେ ଲକ୍‌ଡାଉନ୍‌ ଘୋଷଣା କରିଛି ଚୀନ୍‌। ସମଗ୍ର ସହରରେ ମାସ୍‌ ଟେଷ୍ଟିଂ ଚାଲିଥିବା ବେଳେ ଆଜି ଭୋରୁ ଶାଙ୍ଘାଇର ଆର୍ଥିକ କାରବାର ମୁଖ୍ୟ ହବ୍‌ କୁହାଯାଉଥିବା ପୁଡୋଙ୍ଗ ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା କଥା ଆଞ୍ଚଳିକ ସରକାର କହିଛନ୍ତି।

ଆସନ୍ତା ଶୁକ୍ରବାର ତଥା ୫ ଦିନ ଯାଏଁ ଏହି ଲକଡାଉନ୍‌ ଜାରି ରହିବ। ଏହି ଲକଡାଉନ ବେଳେ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବାହାର ଦୁନିଆ ସହିତ ସେମାନଙ୍କର ଯେମିତି ଯୋଗାଯୋଗ ନ ରୁହେ, ସେ ବିଷୟରେ ସୁନିଶ୍ଚିତ ହେବାକୁ ଆବଶ୍ୟକ ସାମଗ୍ରୀ ‘ଚେକ୍‌ପଏଣ୍ଟ୍‌’ମାନଙ୍କରେ ରଖାଯିବ। ଅତ୍ୟାବଶ୍ୟକ ମନେହେଉ ନ ଥିବା କାର୍ଯ୍ୟାଳୟ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ କରାଯିବ ଏବଂ ସର୍ବସାଧାରଣ ପରିବହନ ମଧ୍ୟ ବାତିଲ ହେବ।

ସୂଚନାଯୋଗ୍ୟ, ଚଳିତ ମାସରେ ଚୀନ୍‌ ୫୬,୦୦୦ କରୋନା ସଂକ୍ରମଣ ମାମଲା ରିପୋର୍ଟ କରିଛି। ସେଥିରୁ ଉତ୍ତରପୂର୍ବ ପ୍ରଦେଶ ଜିଲିନ୍‌ର ଅଧିକାଂଶ ସଂକ୍ରମଣ ରେକର୍ଡ ହୋଇଛି। ଶାଙ୍ଘାଇରେ ଶନିବାର ଦିନ ୪୭ଟି ନୂଆ ସାମ୍ନାକୁ ଆସିଛି। ସେହିପରି, ଚୀନ୍‌ରେ ଟିକାକରଣ ହାର ପ୍ରାୟ ୮୭%ରେ ରହିଥିବା ବେଳେ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଟିକାକରଣ ହାର କମ୍‌ ରହିଛି।

Related posts

ବିପୁଳ ପରିମାଣରେ ମାଓ ବିସ୍ଫୋରକ ସାମଗ୍ରୀ

Odisha Halchal

ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସ

Odisha Halchal

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌

Odisha Halchal

Leave a Comment