ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଡିସେମ୍ବରରେ ବାହା ହେବେ ଆଥିଆ-ରାହୁଲ

ଡିସେମ୍ବରରେ ବାହା ହେବେ ଆଥିଆ-ରାହୁଲ

ପୁଣି ଥରେ ଯୋଡି ହେବ ବଲିଉଡ ଓ କ୍ରିକେଟ। ବାଜିବ ଆଉ ଏକ ଶାହାନାଇ। ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀ। ରାହୁଲଙ୍କ ଘରକୁ ବୋହୂ ହୋଇ ଯିବେ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ। ଆସନ୍ତା ଡିସେମ୍ବରରେ ଆଥିଆ ଓ ରାହୁଲଙ୍କ ପଡିବ ହାତଗଣ୍ଠି। ତେବେ ଏହି ବିବାହ ନେଇ ଖବର ସ୍ପଷ୍ଟ ହୋଇନଥିଲେ ମଧ୍ୟ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି।

ଆଥିଆ ଓ ରାହୁଲଙ୍କ ବିବାହ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି ବାପା ସୁନୀଲ ଶେଟ୍ଟୀ। ସେ ନିଜ ଝିଅ ଆଥିଆଙ୍କ ବାହାଘରକୁ ନେଇ ବେଶ୍‌ ଭାବୁକ ଅଛନ୍ତି। ଦୀର୍ଘ ଦନ ପରେ ଶେଟ୍ଟୀ ପରିବାରର ଏହା ପ୍ରଥମ ବିବାହ ହେବାକୁ ଯାଉଛି। ଏଥିପାଇଁ ପ୍ରତିଟି ବାପାଙ୍କ ଭଳି ସୁନୀଲ ମଧ୍ୟ ଝିଅ ବିବାହରେ କୌଣସି ଅଭାବ ରଖିବାକୁ ଚାହୁଁନାହାନ୍ତି। ଏହି ୱିଣ୍ଟର ୱେଣ୍ଡିଂ ପାଇଁ ହୋଟେଲ୍‌, କେଟରର୍ସ, ଡିଜାଇନର୍ସ ଆଦି ବୁକ୍‌ ସରିଥିବା ବଲିଉଡ ଲାଇଫ୍‌ ରିପୋର୍ଟ ସୂଚନା ମିଳିଛି।

ଆଥିଆ ଏବଂ ରାହୁଲଙ୍କ ବିବାହ ଏକ ଗ୍ରାଣ୍ଡ ୱେଣ୍ଡଂ ହେବ। ଏହି ଦମ୍ପତିଙ୍କ ବିବାହ ଜୁହୁ ସ୍ଥିତି ଏକ ଫାଇଭ ଷ୍ଟାର ହୋଟେଲରେ ହେବ ବୋଲି ଆଶଙ୍କା କରାଯାଉଛି। ଏହି ବିବାହରେ ଇଣ୍ଡଷ୍ଟ୍ରିରେ ଅନେକ ଜଣାଶୁଣା ଚେହେରା ସାମିଲ ହେବେ। କେବଳ ବଲିଉଡ ନୁହେଁ କ୍ରିକେଟ ଜଗତର ଷ୍ଟାର୍‌ମାନେ ମଧ୍ୟ ସାମିଲ ହେବେ।

ଦୀର୍ଘ ଦିନ ହେବ ଆଥିଆ ଏବଂ ରାହୁଲ ପରସ୍ପରକୁ ଡେଟ୍‌ କରୁଛନ୍ତି। ପ୍ରାୟତଃ ଏହି ଦୁଇ ଲଭ୍‌ବାର୍ଡ ନିଜ ଫଟୋ ଇନଷ୍ଟାଗ୍ରାମରେ ଶେଆର କରନ୍ତି। କେବଳ ସେତିକି ନୁହେଁ ବିଭିନ୍ନ ପାର୍ଟି ଓ ଫଙ୍କସନ୍‌ରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ।

Related posts

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ? ଜାଣନ୍ତୁ…

Odisha Halchal

ମନିପର୍ସରୁ ମହାଭାରତ

Odisha Halchal

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

Odisha Halchal

Leave a Comment