ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌: ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌ ୬ କେଜିର ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

୬ କେଜିର ବଜ୍ରକାପ୍ତା କାତି ଜବତ । ଏହାସହିତ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ନୂଆପଡ଼ା-ପଦ୍ମପୁର ରାସ୍ତା ସାହିପଲା ନିକଟରୁ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ନୂଆପଡା-ପଦ୍ମପୁର ରାସ୍ତା ସାହିପଲା ନିକଟରେ ଡିଲ କରିବାକୁ କରିଥିଲେ ଯୋଜନା । ବିଶେଷ ସୁତ୍ରୁରୁ ଖବର ପାଇ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏହି ଚଢାଉରେ ୬ କେଜିର ବଜ୍ରକାପ୍ତା କାତି ଜବତ ସହ ଜଣଙ୍କୁ ବାନ୍ଧିଛି ଏସ୍‌ଟିଏଫ୍‌ ।

ବଜ୍ରକାପ୍ତା କାତି ଚୋରା ଚାଲାଣ ଅଭିଯୋଗରେ ନୂଆପଡା ସଦର ଥାନା ଅନ୍ତର୍ଗତ ଗୁଜୁରିଭଟ୍ଟର ବିକ୍ରମ ମାଝିକୁ ଗିରଫ କରାଯାଇଛି । ତେବେ ଗତ ୨୦୨୦ ରୁ ବର୍ତ୍ତମାନ ସୁଦ୍ଧା ୩୬ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ଏସ୍‌ଟିଏଫ୍‌ ।

Related posts

ମେ’ ଶେଷରେ ଆସିବ ମୌସୁମୀ

Odisha Halchal

୧୦ ଦିନ ଭିତରେ ରୁଷିଆର ୧୦ ହଜାର ସୈନିକଙ୍କ ମୃତ୍ୟୁ ହୋଇଛି: ୟୁକ୍ରେନ୍‌

Odisha Halchal

ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ

Odisha Halchal

Leave a Comment