ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ରେ ପୁଣି ବାଘ ଆତଙ୍କ ଗୁହାଳରେ ପଶି ବଳଦ କୁ କଲା ଶିକାର

ଜିଲ୍ଲା ରେ ପୁଣି ବାଘ ଆତଙ୍କ ଗୁହାଳରେ ପଶି ବଳଦ କୁ କଲା ଶିକାର

ନୂଆପଡା:- (ରିପୋର୍ଟ – ଚେତୁରାମ ପ୍ରଧାନୀ) ଜିଲ୍ଲାରେ ପୁଣି ବାଘ ଆତଙ୍କ l ରାତିରେ ଗୁହାଳ ଭିତରୁ ଗୋଟିଏ ବଳଦ କୁ ଟେକିନେଇ ଖାଇଥିବା ଖବର ସାମନାକୁ ଆସିଛି l ଏପରି ଘଟଣା ଘଟିଛି କୋମନା ରେଞ୍ଜ ଧଉଁରାଭଟା ଗାଁ ରେ l ଗାଁ କୁ ଲାଗିକି ରହିଛି ପାଟି ଜଙ୍ଗଲ ଯାହା ସୁନାବେଡା ଅଭୟରଣ୍ୟ ସଂଲଗ୍ନ l

ରାତିରେ ଧଉଁରାଭଟା ଗାଁ ର ଭୋକୋ ଜଗତଙ୍କ ବଳଦ କୁ ବାଘ ଖାଇଥିବା ଅଭିଯୋଗ ହୋଇଛି l ଘଟଣା ସ୍ଥଳରେ କୋମନା ବନ ବିଭାଗ କର୍ମଚାରୀ ପାହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଧଉଁରାଭଟା ଓ ଆଖପାଖ ଗାଁରେ ମଧ୍ୟ ବର୍ତ୍ତମାନ ବାଘ ର ଭୟ ଦେଖା ଦେଇଛି l ବନବିଭାଗ କର୍ମଚାରୀମାନେ ଗାଁ ରେ ପାହଞ୍ଚି ଏକା ଘରୁ ନ ବାହାରିବା ସହ ସନ୍ଧ୍ୟା ହେଲେ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି l

ବର୍ତ୍ତମାନ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗାଁ ର ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ନେଇ କୋମନା ବନବିବାଗ ଗାଁ ଗାଁ ବୁଲି ସଚେତନ କରୁଛି ।ଜନ ସାଧାରଣରେ ପ୍ରଶ୍ନ ଉଠୁଛି ନୂଆପଡ଼ା ଜିଲ୍ଲାର ବାରମ୍ବାର ମଣିଷ ହଉ ଅବ ଗୃହପାଳିତ ପଶୁ ସମସ୍ତେ ବନ୍ୟ ଜନ୍ତୁଙ୍କ ଶିକାର ହଉଛନ୍ତି।ଦେଖିବାକୁ ବାକି ରହିଲା ଏ ବାବଦରେ ବନବିଭାଗ କଣ ପଦକ୍ଷେପ ଆପନାଉଛି ।

Related posts

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

Odisha Halchal

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

Odisha Halchal

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ରେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

Odisha Halchal

Leave a Comment