ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ

ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସୋନାଲ ଜେନା, ଉପଆରକ୍ଷୀ ଅଧିକ୍ଷକ ଶ୍ରୀ ଅନନ୍ତ ନାରାୟଣ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଶ୍ରୀ ଦୟାନିଧି ବାଘ,ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଶ୍ରୀ ଦୁଃଖିଶ୍ୟାମ ପ୍ରହରାଜ, ଅଭିଯୋଗ ଶୁଣାଣି ଅଧିକାରୀ ସୁଶ୍ରୀ ପମେଲା କର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଜନlବ ଶେଖ ଅଲନୁର,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସାସ୍ମିତା ବାଉରୀ ,ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରେମରଂଜନ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୬୭ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୬୩ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୪ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା । ୫ଜଣକୁ ୨୮ହଜାର ଟଙ୍କା ରେଡ଼କ୍ରସରୁ ସହାୟତା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Related posts

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

Odisha Halchal

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Halchal

ବିଦ୍ୟାଳୟରେ ପୋଷାକ ବିତରଣ ମେଳା

Odisha Halchal

Leave a Comment