ଅପରାଧଓଡ଼ିଶା ଖବରନ୍ୟୁଜ୍

ଗ୍ୟାଲେକ୍ସି ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ

କୋରାପୁଟ ଜିଲ୍ଲା ସେମିଳିଗୁଡାରେ ବିନା ଲାଇସେନସରେ ଗ୍ୟାଲେକ୍ସି ସିନେମା ଚଲାଉଥିବାରୁ ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ । ଏହାସହ ସିନେମା ହଲ୍‌କୁ ୯୪ ହଜାର ଟଙ୍କା ଜୋରିମାନା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ଖବର ଅନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ଗ୍ୟାଲେକ୍ସି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ । ଖାଲି ସେତିକି ନୁହେଁ ଗତ ଦୁଇ ବର୍ଷ ହେବ ଲାଇସେନ୍ସ ନବୀକରଣ କରିନଥିବା ଓ ଅଗ୍ନି ନିରାପତ୍ତା ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପାଣି ପମ୍ପ ଲାଗିନାହିଁ । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ସିନେମା ହଲ୍‌ର ସମସ୍ତ ପ୍ରବେଶ ରାସ୍ତାକୁ ସିଲ୍ କରାଯାଇଛି ।

ଚଢ଼ାଉ ସମୟରେ କୋରାପୁଟ ଉପଜିଲ୍ଲାପାଳଙ୍କ ସହ ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା, ସୁନାବେଡା ଓ ସେମିଳିଗୁଡା ଥାନା ଆଇଆଇସି ସେମିଳିଗୁଡା ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ

Related posts

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା

Odisha Halchal

କଫା ବଝୋଇ ଘାଡି ଓଳଟି ପଡି ରହିଛି

Odisha Halchal

Leave a Comment